ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି: ପ୍ରଦୀପଙ୍କ ପାଖଲୋକ ସର୍ବେଶ୍ୱର ଗିରଫ

1 min read

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ପାଖ ଲୋକ ପ୍ରଫେସର ସର୍ବେଶ୍ୱର ରାଓ ଗିରଫ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ୍‌ଙ୍କ ଠକେଇ ମାମଲାରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ପୋଲିସ ସୁରାକ୍‌ ପାଇବା ପରେ ତାଙ୍କୁ ଗିରଫ କରିଛି । ପ୍ରଥମେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ନିଜ ହେଫାଜତକୁ ନେଇଥିଲା । ପରେ ବୁଧବାରଠାରୁ ମାରାଥନ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ ।

ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଜେରା ବେଳେ ପ୍ରଦୀପ-ଆକାଶଙ୍କ ଠକେଇରେ ସର୍ବେଶ୍ୱରଙ୍କ ସିଧା ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପୂର୍ବରୁ ଗିରଫ ଭୟରେ ଆତ୍ମ ଗୋପନ କରିଥିଲେ ସର୍ବେଶ୍ୱର । ପ୍ରଦୀପ ପାଣିଗ୍ରାହୀଙ୍କ ଅତ୍ୟନ୍ତ ପାଖଲୋକ ଥିଲେ ସର୍ବେଶ୍ୱର । ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କ ଖୁଲାସା ପରେ ସାମ୍ନାକୁ ଆସିଥିଲା ସର୍ବେଶ୍ୱରଙ୍କ ନାଁ । ନିଯୁକ୍ତି ଜାଲିଆତି କାରବାରରେ ସର୍ବେଶ୍ୱରଙ୍କ ଥିଲା ମୁଖ୍ୟ ଭୂମିକା । ମିଛ ନିଯୁକ୍ତି ପାଇଁ ଫାଶ ପକାଉଥିଲେ ସର୍ବେଶ୍ୱର । ତେବେ ସ୍ୱାସ୍ଥ୍ୟପରୀକ୍ଷା ପରେ ସର୍ବେଶ୍ୱରଙ୍କୁ କୋର୍ଟ ଚାଲାଣ କରାଯିବ ।

Leave a Reply