spot_img

Latest Posts

୨୪ ଘଣ୍ଟାରେ ସ୍ବାଭାବିକ ଠାରୁ ୩ହଜାର ୮୯୬ ପ୍ରତିଶତ ଅଧିକ ବର୍ଷା

ଭୁବନେଶ୍ବର: ସାରା ରାଜ୍ୟରେ ଲାଗିରହିଛି ଅଦିନିଆ ବର୍ଷା। ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସବୁଆଡେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ବର୍ଷା ହୋଇଛି। ସ୍ବାଭାବିକ ଠାରୁ ୩ ହଜାର ୮୯୬ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ଠାରୁ ୧୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ୨୨ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ତାପମାତ୍ରା ବୃଦ୍ଧି ହେବ।

ଗ୍ରୀଷ୍ମରେ ବର୍ଷାର ରେକର୍ଡ। ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ ୩ହଜାର ୮୯୬ ପ୍ରତିଶତ ଅଧିକ ବର୍ଷିଲା। ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୪୭ ହଜାର ୭ଶହ ପ୍ରତିଶତ ଅଧିକ ବର୍ଷା ହୋଇଛି। ନୂଆପଡାରେ ସ୍ବାଭାବିକ ଠାରୁ ୨୧ ହଜାର ୭ଶହ ପ୍ରତିଶତ ବୃଷ୍ଟିପାତ ରେକର୍ଡ। ବିଗତ ୫ ବର୍ଷ ଧରି ମାର୍ଚ୍ଚ ୧୬ ରୁ ୨୦ ଭିତରେ ହେଉଛି ଏମିତି ବର୍ଷା। ବର୍ଷା ପାଗ ପାଇଁ ସ୍ବାଭାବିକ ଠାରୁ ୧୭ ଡିଗ୍ରୀ ଯାଏଁ କମିଛି ତାପମାତ୍ରା। କାଲିଯାଏଁ ଲାଗିରହିବ ଏଭଳି ପାଗ। ୨୨ ତାରିଖରୁ ପାଗ ବଦଳିବ। ନିମ୍ନ ଚାପରେଖା ସହ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ଏବଂ ବାଂଲାଦେଶ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅଦିନିଆ ଲଗାଣ ବର୍ଷା ଜାରି ରହିଛି। ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଏବଂ କିଛି ସ୍ଥାନରେ କୁଆପଥର ବୃଷ୍ଟି ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ। ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୬ଟି ଜିଲ୍ଲା କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା  ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ। ସେହିଭଳି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ଏଠାରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୨୨ ତାରିଖରୁ ପୁଣି ବଢିବ ଖରା । ତାପମାତ୍ରା ୮ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୪ ତାରିଖ ବେଳକୁ ଦିନର ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୫ ବର୍ଷ ହେବ ମାର୍ଚ୍ଚ ୧୬ ରୁ ୨୦ ତାରିଖ ଭିତରେ ଏଭଳି ବର୍ଷା ହୋଇଥିବା ରେକର୍ଡ କହୁଛି। ୨୦୧୯ ଠାରୁ ଏହି ସମୟରେ ପଶ୍ଚିମଝଡ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।

 

 

Latest Posts

Don't Miss