ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହୋଇପାରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗ, ତାତିରୁ  ମିଳିଛି ଅସ୍ବସ୍ତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଏକ ପଶ୍ଚିମା ଝଡ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି । ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ୩ଟି ଯାକ ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ଘଡଘଡି ବିଜୁଳି ସହ ରାଜ୍ୟରେ ଝଡବର୍ଷା ସୃଷ୍ଟି କରିବାରେ ସହାୟକ ହେଉଛି । ଆଜି ବି କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ୧୦ ତାରିଖରୁ ପାଗ ବଦଳିବା ସମ୍ଭାବନା ରହିଛି।