ପରିବା ଚାଷରେ ଦେଶରେ ଆଗେଇଛି ଓଡିଶା, ହିସାବ ଦେଲେ କୃଷିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପନିପରିବା, ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ହୋଇଛି ସରଗରମ ଆଲୋଚନା । କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ରାଜ୍ୟରେ ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନକୁ ବଣ୍ଟାଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ପିଜୁଳି ୧୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ । ଫଳ ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ।

ସେହିପରି ବିରୋଧୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ତେଣୁ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲିଯାଉଛି । ବିରୋଧୀଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ତେଣୁ ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲି ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ଅଛି । ସେଥିରୁ ୯୮ଟି ବନ୍ଦ ଥିବା ବେଳେ ୩୩ଟି ଚାଲୁ ରହିଛି ।  ଆଉ ବଡ ବଡ ଶୀତଳ ଭଣ୍ଡାର କରାଯିବ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।