spot_img

Latest Posts

୨୪ ଘଣ୍ଟାରେ ଚିହ୍ନଟ ହେଲା ସର୍ବାଧିକ କେସ୍, ରେକର୍ଡ ଭାଙ୍ଗିଲା ସ୍ଥାନୀୟ ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ସବୁ ରେକର୍ଡଟୁ ଟପି ଆଜି କରୋନା ୨ଟି ନୂଆ ରେକର୍ଡ କରିଛି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ସହ ରେକର୍ଡ ସଂଖ୍ୟକ ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାରରୁ ମାତ୍ର ୪ ଅଙ୍କ ଦୂରରେ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୦୮ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୯୫୬କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯, କଟକରୁ ୫୫, ଯାଜପୁରରୁ ୮୬,  ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୩୦, ବାଲେଶ୍ୱରରୁ ୯, ଜଗତସିଂହପୁରରୁ ୫, ପୁରୀ ୧୧, ମୟୂରଭଞ୍ଜରୁ ୧୨, କେନ୍ଦ୍ରାପଡ଼ା ୫, ଭଦ୍ରକରୁ ୨, କେନ୍ଦୁଝରରୁ ୩୨, ବଲାଙ୍ଗିର ୧୨, ନୟାଗଡ଼ ୧୬, କନ୍ଧମାଳ ୨, ବରଗଡ଼ ୧, ମାଲକାନଗିରି ୧୮, ଅନୁଗୁଳ ୩, ସମ୍ବଲପୁର ୨, ଢେଙ୍କାନାଳ ୪, କୋରାପୁଟ ୫ ଓ ଦେବଗଡ଼ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୩ ଜିଲ୍ଲାରୁ ୭୫୫ ସଂକ୍ରମତି ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୯୫୬ରେ ପହଞ୍ଚିଛି । ରାଜ୍ୟରେ ଏବେ ୪ ହଜାର ୪୭୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏଯାଏଁ କରୋନାରୁ ସୁସ୍ଥ ହୋଇ ୭ ହଜାର ୪୦୭ ଜଣ ଫେରିଛନ୍ତି ।

କରୋନା ସଂକ୍ରମଣରେ ଭାରତର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୬ ହଜାରରୁ ଅଧିକ ପଜିଟିଭ୍

Latest Posts

Don't Miss