ଦୁଇ ଡୋଜ ଟିକା ନେବା ପରେ ବି ଭୁବନେଶ୍ୱରରେ ହୋଇଛନ୍ତି ୨,୫୨୭ ସଂକ୍ରମିତ

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି  । ଖୋଦ ଭୁବନେଶ୍ୱର ମହାନଗର ନିଗମର କୋଭିଡ ଏବଂ ଟିକାକରଣ ସଂକ୍ରାନ୍ତରେ ଦିଆଯାଇଥିବା ସୂଚନା ହିଁ ଚିନ୍ତା ବଢାଇଦେଇଛି  । କାରଣ ଭ୍ୟାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦ ପ୍ରତିଶତ ହୋଇଛନ୍ତି ସଂକ୍ରମିତ  । ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ  ଅନ୍ୟପଟେ ଟିକା ନେଇଥିବା ଲୋକେ ହିଁ ସଂକ୍ରମିତ ହେବା ରିପୋର୍ଟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  ।

ମିଳିଥିବା ସୂଚନା ମୁତବାକ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ । ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ ଭୁବନେଶ୍ୱରରେ   ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ ।

ସେହିପରି ଚିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି  । କିନ୍ତୁ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ଦୁଇଟି ଡୋଜ ନେଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ଦେଖାଯାଇନି କିମ୍ବା ହୋଇନାହିଁ  । ତେଣୁ ଟିକା କେଉଁଠି ନା କେଉଁଠି ସଫଳ ପ୍ରଭାବ ପକାଇଛି  । କିନ୍ତୁ ସଂକ୍ରମିତ ସଂଖ୍ୟା କମାଇବାରେ ସେତେଟା ଫଳପ୍ରଦ ହୋଇନଥିବା ବିଏମସି ରିପୋର୍ଟରୁ ଜଣାପଡ଼ିଛି  ।

Leave a Reply