ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୪ହଜାର ପାର୍,ଆଜି ପୁଣି ୧୭୪ ମାମଲା
1 min readଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୭୫ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୭୪ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସଂକ୍ରମିତ ସଂଖ୍ୟା ସାଢେ ୪ ହଜାର ପାର ହୋଇଛି । ତେବେ ଆଜି ୧୮ଟି ଜିଲ୍ଲାରୁ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 73
Cumulative tested: 212224
Positive: 4512
Recovered: 3047
Active Cases: 1451— I & PR Department, Odisha (@IPR_Odisha) June 18, 2020
ସମୁଦାୟ ୧୭୪ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୪୬ ଥିବା ବେଳେ ୨୮ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୬ ସଂକ୍ରମିତ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୬, ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। କୋରାପୁଟ ଓ କଳାହାଣ୍ଡିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୫, ବରଗଡ଼ରୁ ୪ ଏବଂ କନ୍ଧମାଳ, ଭଦ୍ରକ, ସୁନ୍ଦରଗଡରୁ ୩ ଜଣ ଲେଖାଁଏ ସଂକ୍ରମିତ ହୋଇଛନ୍ତି। ବୌଦ୍ଧରୁ ୨ ଓ ନୂଆପଡ଼ା, ବଲାଙ୍ଗିର, ମାଲକାନଗିରିରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫ଶହ ୧୨ରେ ପହଞ୍ଚିଛି । ୩୦୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୪୫୧ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।