ସିଙ୍ଗଲ ଓ୍ୱିଣ୍ଡୋ କମିଟିରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ, ୨ହଜାର ୮୩ କୋଟି ୮୮ଲକ୍ଷ ମଞ୍ଜୁରୀ

1 min read

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ । ୨ହଜାର ୮୩ କୋଟି ୮୮ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ସିଙ୍ଗିଲ ଓ୍ବିଣ୍ଡୋ କମିଟି । ଏହି ପ୍ରକଳ୍ପ ନିର୍ମାଣ ହେଲେ ୨୧ ଶହ ୪୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବାଲେଶ୍ୱର ବାଳଗୋପାଳପୁରରେ ହେବ ୫୦୦KLPD କ୍ଷମତା ବିଶିଷ୍ଟ ଇଥାନଲ ପ୍ଲାଣ୍ଟ । ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଇଣ୍ଡିଆନ ଅଏଲ । ସେହିଭଳି ନବରଙ୍ଗପୁର ଉମରକୋଟରେ ୫୦୦KLPDର ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ହିନ୍ଦୁସ୍ତାନ ପେଟ୍ରୋଲିୟମ ।

ଅନୁଗୁଳ ନୂଆଖେଟାରେ ନ୍ୟୁଓ୍ୱାଲ୍ଟ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା କରିବ ଇଥାନଲ ପ୍ଲାଣ୍ଟ । ସେହିପରି ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ହେବ ଆନ୍ତାର୍ଜାତିକ କାର୍ଗୋ ଟର୍ମିନାଲ୍ସ । ବଲାଙ୍ଗୀର ସଇଁତଳାରେ ଆଦିତ୍ୟ ବିର୍ଲା ପକ୍ଷରୁ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହାସହ ଭୁବନେଶ୍ୱରରେ ୨ଟି ପଞ୍ଚତାରକା ହୋଟେଲ ପ୍ରତିଷ୍ଠା ପାଇଁ ଗ୍ରୀନ ସିଗନାଲ ମିଳିଛି । ଆଟମୋସ୍ଫିୟର କୋର ଇଣ୍ଡିଆ ଓ ଡିଏନ ହୋମସ ଦୁଇଟି ୫ତାରକା ହୋଟେଲ ପ୍ରତିଷ୍ଠା କରିବେ ।

Leave a Reply