spot_img

Latest Posts

ଜୁନ ୯ରୁ ମିଳିବ ମାଗଣା ବିଜୁଳି: କାର୍ତ୍ତିକ ପାଣ୍ଡିଆନ

ରାଉରକେଲା: ଜୁନ ୯ ତାରିଖରୁ ମିଳିବ ମାଗଣା ବିଜୁଳି। ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ସଂଧ୍ୟାବେଳେ ମନ୍ତ୍ରିମଣ୍ଡଳରେ ଏହି ଇସ୍ତାହାରକୁ ସ୍ଵୀକୃତି ଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ ନେଇ ଏହି ବଡ଼ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଇଟା ନବୀନ ବାବୁଙ୍କର ଗ୍ୟାରେଣ୍ଟି ବୋଲି ରଘୁନାଥପାଲ୍ଲୀ ସାଧାରଣ ସଭାରେ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏହି ଅବସରରେ ବିରୋଧୀଙ୍କୁ ପୁଣି ଟାର୍ଗେଟ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ, ବହୁତ ବଡ଼ ବଡ଼ ନେତା ଆସିବେ । ମିଠା ମିଠା କଥା କହିବେ। ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲା କେନ୍ଦ୍ର। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା। ଓଡ଼ିଶାରେ ୮୦ ଲକ୍ଷ ଲୋକ ରୋଜଗାର ପାଇବା କଥା। ହେଲେ କିଛି ହୋଇନି। ୨୦୧୪ରେ ମିଛ କହିଲେ, କ୍ଷମତାକୁ ଆସିଲେ ଭୁଲିଗଲେ। ୨୦୧୯ରେ ମିଛ କହିଲେ, ଅପପ୍ରଚାର କଲେ କ୍ଷମତାକୁ ଆସିଲେ, ଦରଦାମ ଉପରେ କିଛି କହିଲେନି, ତେଲ, ପେଟ୍ରୋଲ ଓ ଗ୍ଯାସ ଦର କମିନାହି। ବହୁତ ବଡ଼ ବଡ଼଼ ନେତା ଆସୁଛନ୍ତି, ନବୀନ ବାବୁଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ୩ରୁ ୪ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରିବାକୁ ଆସୁଛନ୍ତି। ହେଲେ ଓଡ଼ିଶାର ସାଢେ ୪ କୋଟି ଜନତା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର।

ରଘୁନାଥପାଲ୍ଲୀ ଆୟାେଜିତ ଜନସଭାରେ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମାର୍ଚ୍ଚ ୧୨ ପରଠାରୁ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ଲାଗି ୧୦୦ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିର ଉନ୍ନତି ଲାଗି ଦେଢ କୋଟି , ଦେଓଗାଁରେ ଥିବା ଧବଳେଶ୍ଵର ମନ୍ଦିର ଉନ୍ନତି ଲାଗି ୧ କୋଟି, କୋଏଲ ନଦୀରେ ମଧ୍ୟ କାମ ଚାଲୁଛି। କେନ୍ଦୁପତ୍ର ତୋଳାଳିମାନଙ୍କ ଲାଗି ଥିବା ବୋନସକୁ ଦୁଇ ଗୁଣା କରିଛନ୍ତି।

ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କଥା କହିଥିଲେ। ମିଶନ ଶକ୍ତି, କାଳିଆ ଯୋଜନା, ଲକ୍ଷ୍ମୀ, ମଧୁବାବୁ, 5T  ସ୍କୁଲ, ଆମ ହସ୍ପିଟାଲ, ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନାର ଲକ୍ଷ ଲକ୍ଷ ଲୋକଙ୍କୁ ବଡ଼ ବଡ଼ ମେଡିକାଲରେ ଚିକିତ୍ସା ଲାଗି ମିଳିଛି ସାହସ।ଡବଲ ଶଙ୍ଖରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଜୁ ଜନତା ଦଳର ଦୁଇ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ଆହ୍ଵାନ କରିଛନ୍ତି।

Latest Posts

Don't Miss