ରାଜ୍ୟରେ ସକ୍ରିୟ ମୌସୁମୀ… ଟ୍ୱିନ୍ ସିଟିରେ ସକାଳୁ ସକାଳୁ ଆରମ୍ଭ ହୋଇଛି ବର୍ଷା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ଘଡି ଘଡି ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନରୁ ଦକ୍ଷିଣ ଆସାମ ଭାୟା ଉତ୍ତର ରାଜସ୍ଥାନ, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

 

ଦେବଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ଅନୁଗୁଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର, ବୌଦ୍ଧ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ତାରିଖରୁ ୨ ରୁ ୩ ଦିନ ମୌସୁମୀ ପ୍ରବାହରେ ବାଧା ସୃଷ୍ଟି ହେବ। ଫଳରେ ବର୍ଷାର ପରିମାଣ ହ୍ରାସ ପାଇବ । ତାପରେ ପୁଣି ମୌସୁମୀ ସକ୍ରିୟ ହେବ।

Leave a Reply