ନନ୍ଦିଘୋଷ ବ୍ୟୁରୋ : ୨୮ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା । ଉପକୂଳ, ଉତ୍ତର ଓ ଆଭ୍ୟନ୍ତରିଣ ଜିଲ୍ଲାମାନଙ୍କର କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା । ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବେତନଟୀରେ ସର୍ବାଧିକ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ସେଲସିୟସ ତାପାମତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ଓ କଟକରେ ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ମାଲକାନିଗିରିରେ ବଜ୍ରପାତ ସହ ବର୍ଷା ସମ୍ବାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ, ଅନ୍ୟ କିଛି ସ୍ଥାନରେ ୪ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ଘଟିବ ।

