ଏଇ ମାସରୁ ସ୍କୁଲ, ୧୦ ଟାରୁ ୧.୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ୍

ଭୁବନେଶ୍ୱର : ଚଳିତ ମାସରେ ଖୋଲିବ ସ୍କୁଲ  । କୋଭିଡର ତୃତୀୟ ଲହର ପୂର୍ବରୁ  ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା  ।  ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଚଳିତ ମାସରୁ ଅର୍ଥାତ ଜୁଲାଇ 26ରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ  । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ  । ସ୍କୁଲର ସମୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି  । ସରକାରଙ୍କ ନୂଆ ନିୟମ ମୁତାବକ ସକାଳ ୧୦ଟାରୁ ଗୋଟାଏ ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ୍  ।

ସେହିଭଳି ଅଗଷ୍ଟ 16ରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଅଭିଭାବକଙ୍କ ସହ ଆଲୋଚନା କରି ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ  । ଅନ୍ୟ ଶ୍ରେଣୀରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅନଲାଇନ୍ ପରୀକ୍ଷା ଜାରି ରହିବ  । ସେହିପରି ଜୁଲାଇ 30ରୁ ଅଗଷ୍ଟ 5 ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଭିତରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ  କୋଭିଡ୍ ଟେଷ୍ଟ  ମଧ୍ୟ କରାଯିବ ।  ମୋଟ ୨ ହଜାର ୪୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି  ।

Leave a Reply