ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ

ଭୁବନେଶ୍ବର: ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ । ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଜେଡ ଆପାର୍ଟେମଣ୍ଟରେ ଥିବା ଫ୍ଲାଟ, ପଳାଶୁଣିରେ ଥିବା ଦୁଇଟି ଘର, ବାରିପଦାରେ ଥିବା ଘର, ଖାରବେଳ ଭବନରେ ଥିବା ଅଫିସ, ଇଡକୋ ଟାଓ୍ବାରରେ ଥିବା ଅଫିସ ସମେତ OSRTC ଅଫିସରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାପଡିଛି । ଏହାସହ ୫ଶହ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ସେହିପରି ଏକ କୋଟି ୪୭ ଲକ୍ଷ ଟଙ୍କାର ଜମା ଖାତା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ।