spot_img

Latest Posts

ପିଏମଏଓ୍ୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ସମ୍ମାନ । ପିଏମଏଓ୍ୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ ହୋଇଛି ରାଜ୍ୟ । ଗୁଜୁରାଟ ରାଜକୋଟଠାରେ ଆୟୋଜିତ ତିନି ଦିନିଆ ଇଣ୍ଡିଆନ୍ ଅର୍ବାନ ହାଉସିଙ୍ଗ କନକ୍ଲେଭରେ ପୁରସ୍କୃତ ହୋଇଛି ଓଡ଼ିଶା । ଓଡ଼ିଶା ଶ୍ରେଷ୍ଠ ନୀତିଗତ ପଦକ୍ଷେପ ନେଇଥିବା ରାଜ୍ୟ ଭାବେ ପୁରସ୍କୃତ ହୋଇଛି । କେନ୍ଦ୍ର ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜାଗା ମିଶନ୍’ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏବଂ ସହରାଞ୍ଚଳ ଗୃହ ନିର୍ମାଣ ମିଶନର ନିର୍ଦ୍ଦେଶକ ଦେବାଶିଷ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସହରାଞ୍ଚଳର ଭୂମିହୀନ ଗରିବଙ୍କୁ ଜାଗା ମିଶନରେ ଭୂମିସତ୍ୱ ଅବଧିର ଅଧିକାର ଯୋଗଇଦେବା ପାଇଁ ତଥା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ ଅନ୍ତର୍ଗତ ସହାୟତା ପାଇଁ ନେଇଥିବା ଉଲ୍ଲେଖ ଯୋଗ୍ୟ ପଦକ୍ଷେପ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପ ଜାତୀୟ ସ୍ତରରେ ପ୍ରଥମ । ବିଭିନ୍ନ କଲ୍ୟାଣକାରୀ ଯୋଜନାର ସମନ୍ବୟ ତଥା ଏକାଭିମୁଖୀକରଣ ଦିଗରେ ଓଡ଼ିଶାର ଅଭିନବ ପଦକ୍ଷେପ ସମ୍ମୁହକୁ ଏହି କନକ୍ଲେଭରେ ଭୂୟସୀ ପ୍ରଶଂସା କରାଯାଇଥିଲା ।

Latest Posts

Don't Miss