ବଦଳୁଛି ପାଗ, ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ

ଭୁବନେଶ୍ବର: ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ । ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଗରମ ଲାଗିରହିଛି ବୋଲି କହିଛି ପାଣିପାଗ । ତେଣୁ ଗରମ ସହ ଗୁଳୁଗୁଳି  ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି  । ୩ ଦିନ ପରେ ରାଜ୍ୟକୁ ଥଣ୍ଡା ପବନ ପ୍ରବେଶ କରିବ । ପ୍ରଭାବରେ ରାତ୍ରିରେ ତାପମାତ୍ରା କମିବ  । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ । ଅନ୍ୟପଟେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ଜାରି ରହିଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ କୋରାପୁଟ ବନ୍ଧୁଗାଁରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି  । ବନ୍ଧୁଗାଁରେ ୯୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ରେ ୮୯.୪ ମିମି ଏବଂ ମୟୂରଭଞ୍ଜ ରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।