spot_img

Latest Posts

ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ପ୍ରସଙ୍ଗକୁ ନେଇ ବୈଠକ ଜାରି

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଆରମ୍ଭ ହେଲା ବୈଠକ। ପଶ୍ଚିମବଙ୍ଗର ୪ ଜଣିଆ ବୈଷୟିକ ଟିମ୍ ପହଞ୍ଚିବା ପରେ ଆଲୋଚନା ଜାରି ରହିଛି । ଅତିରିକ୍ତ ଜିଲ୍ଲା ପାଳଙ୍କ ଅଧ୍ୟକ୍ଷତାରେ ବାଲେଶ୍ବର ସର୍କିଟ୍‌ ହାଉସ୍‌ରେ ବୈଠକ ବସିଛି । ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବାଲେଶ୍ବର ତହସିଲଦାର, ଲ୍ୟାଣ୍ଡ ରେକର୍ଡ ଅଧିକାରୀ ଓ ଓଡ଼ିଶା ରିମୋଟ ସେନ୍‌ସେସିଂ ଆପ୍ଲିକେସନ୍‌ ସେଣ୍ଟରର ଅଧିକାରୀ ବୈଠକରେ ଯୋଗଦେଇଛନ୍ତି ।

ଗତକାଲି ଓଡ଼ିଶା ଓ ପଶ୍ଚିମବଙ୍ଗର ୮ ଜଣ ଅଧିକାରୀ ଗୋବରଘାଟା, ବିଳାସପୁର, ମାକିଡ଼ିଆ ଓ ରାଜନଗର ମୌଜାର ଜିଓଟ୍ୟାଗ୍‌ ମାଧ୍ୟମରେ ପୂର୍ବରୁ ଚିହ୍ନିତ ରେଫରେନ୍ସ ପଏଣ୍ଟ ଗୁଡ଼ିକୁ ମାପକରି ସୀମା ଖୁଣ୍ଟ ପୋତିଛନ୍ତି। ଓଡ଼ିଶାର ୩୬ ରେଫରେନ୍ସ ପଏଣ୍ଟ ଏବଂ ପଶ୍ଚିମବଙ୍ଗର ୫୨ଟି ରେଫରେନ୍ସ ପଏଣ୍ଟ ଚିହ୍ନଟ କରି ଖୁଣ୍ଟ ପୋତାଯାଇଛି। ଏହି ଚିହ୍ନଟ ସୀମାକୁ ଆଜି ରେକର୍ଡ଼ଭୁକ୍ତ କରାଯିବ।

ଏନ୍‌ଜିଟି ନିର୍ଦ୍ଦେଶରେ କରାଯାଇଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଓ ଆଜିର ବୈଠକରୁ ସମାଧାନର ବାଟ ବାହାରିବ ବୋଲି କୁହାଯାଉଛି । ସୀମା ବିବାଦକୁ ନେଇ ଗତ ୨୫ ତାରିଖରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦ ତୁଟୁନଥିବା ବେଳେ ଆଲୋଚନାରୁ ସମାଧାନ ବାହାରିବ ବୋଲି ଆଶା କରାଯାଉଛି।

Latest Posts

Don't Miss