ଭୁବନେଶ୍ବର : ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା । ପଶ୍ଚିମରୁ ଉପକୂଳ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୨ ଦିନ ପ୍ରବଳ ଶୀତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ଝାରସୁଗୁଡା, ସୁନ୍ଦରଗଡ,କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା , ଜଗତସିଂହପୁର , କନ୍ଧମାଳ, ସୋନପୁର ଓ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ କୁହୁଡି ପାଇଁ ସର୍ତକ କରାଇଛି ପାଣିପାଗ ବିଭାଗ । ୪ ଦିନ ପରେ ବଢ଼ିପାରେ ତାପମାତ୍ରା । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

