ବିଶ୍ୱ ସାଇକେଲ୍ ଦିବସ; ପୁରୀର ଚିତ୍ରଶିଳ୍ପୀ ଡିଆସିଲ୍ କାଠିରେ ତିଆରି କଲେ ନିଆରା କଳାକୃତି

ପୁରୀ: ଆଜି ବିଶ୍ୱ ସାଇକେଲ୍ ଦିବସ। ପ୍ରତିବର୍ଷ ଜୁନ ମାସ ୩ ତାରିଖରେ ପାଳନ କରାଯାଏ ଏହି ଦିବସ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଦିବସର ପରିକଳ୍ପନା କରାଯାଇଛି।

ଏହି ଅବସରରେ ଲୋକଙ୍କୁ ସାଇକେଲ ଚାଳନା ନେଇ ସଚେତନ କରିବା ପାଇଁ ନିଆରା ଉଦ୍ୟମ କରିଛନ୍ତି ପୁରୀ ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ରଂଜନ ସାହୁ । ସେ ୩ ହଜାର ୬୫୩ଟି ଡିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି । ଏହି ନିଆରା କଳାକୃତି ତିଆରି ପାଇଁ ତାଙ୍କୁ ୭ ଦିନ ଲାଗିଥିଲା ବୋଲି କହିଛନ୍ତି ସେ।

ତେବେ ଡିଆସିଲି କାଠିରେ ତିଆରି ହୋଇ ଥିବା ସାଇକେଲର ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ଏବଂ ଲମ୍ବ ୨୫ ଇଞ୍ଚ ରହିଛି। ପୁରୀ ସହର କୁମ୍ଭାରପଡା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଶାଶ୍ୱତ ରଂଜନ ସାହୁ। ବିଶ୍ୱ ସାଇକେଲ ଦିବସ ଅବସରରେ ତାଙ୍କର ନିଆରା କଳାକୃତି ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply