spot_img

Latest Posts

ହାର୍ଡକୋର ଶୁକୃ ସହ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ:ମାଓମୁକ୍ତ ଓଡ଼ିଶା ଅଭିଯାନର ଶେଷ ପାହାଚରେ କନ୍ଧମାଳ ଜିଲ୍ଲା l ହାର୍ଡକୋର ଶୁକୃ ସହ ୫ ମାଓବାଦୀଙ୍କ ଆତ୍ମସମର୍ପଣ । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ସ୍ବାଗତ କରିଛନ୍ତି ନକ୍ସଲ ଅପରେସନ ଏଡିଜି ସଂଜୀବ ପଣ୍ଡା । ୪୯ ବର୍ଷୀୟ ଶୁକୃର ମୁଣ୍ଡ ଉପରେ ଥିଲା ୫୫ ଲକ୍ଷର ପୁରସ୍କାର ରାଶି । ସେ ୩୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥିଲା । ପ୍ରାୟ ସମସ୍ତ ଟପ୍ କ୍ୟାଡର ମାଓନେତାଙ୍କ ମୃତ୍ୟୁ କିମ୍ବା ଆତ୍ମସମର୍ପଣ ପରେ ଏକମାତ୍ର ଶୁକୃ ପୋଲିସର ମୁଣ୍ଡବ୍ୟଥା ହୋଇ ରହିଥିଲା । କିଛି ସାଥୀଙ୍କୁ ଧରି କନ୍ଧମାଳ-ରାୟଗଡ଼ା-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସେ ସକ୍ରିୟ ରହିଥିଲା ।

ପୋଲିସ ପାଖରେ ଗୋଟିଏ ଏକେ-୪୭ସହିତ ୫ଟି ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ସମର୍ପଣ କରିଛନ୍ତି ଏହି ମାଓବାଦୀ । ଗତ ମାସ ୨୫ ତାରିଖରେ ଦାରିଙ୍ଗବାଡ଼ି ଥାନା ତର୍ଗତ ପକାରୀ ସଂରକ୍ଷିତ ଜଙ୍ଗଲ ଭିତରେ ସହଯୋଗୀ ମାଓନେତା ଅନ୍ଵେଷଙ୍କ ଗଳିତ ମୃତଦଦେହ ଉଦ୍ଧାର କରିଥିଲା ପୋଲିସ । ଅନ୍ଵେଷଙ୍କୁ ଶୁକୃ ଓ କିଛି ସହଯୋଗୀ ମାରି ପୋତି ଦେଇଥିବା ପୁଲିସକୁ ସୂଚନା ମିଳିଥିଲା । ଶୁକୃର ଆତ୍ମସମର୍ପଣ ପରେ କନ୍ଧମାଳରେ ମାଓବାହିନୀ ଏକପ୍ରକାର ଶେଷ ହୋଇଯାଇଛି । ଏବେ ଏମାନଙ୍କ ସଂଖ୍ୟା ୧୦ ତଳକୁ ଖସି ଆସିଛି ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

Latest Posts

Don't Miss