ଖୁସି ଖବର! ଆଗକୁ କମିପାରେ ତେଲ ଦର
1 min read
ନନ୍ଦିଘୋଷ ବ୍ୟୁରୋ: କମିପାରେ ତେଲ ଦର । ଅଗଷ୍ଟ ୩ରେ ଅନୁଷ୍ଠିତ ହେବାକୁ ଥିବା OPEC+ ବୈଠକରେ ତେଲ ଦର ବୃଦ୍ଧି ଉପରେ ବିଚାର କରାଯିବ । ଏହି ନିଷ୍ପତ୍ତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବରୁ OPEC+ ମେ, ଜୁନ ଏବଂ ଜୁଲାଇରେ ଅଶୋଧିତ ତୈଳ ଯୋଗାଣରେ ୪୧୧.୦୦୦ ବ୍ୟାରେଲ ବୃଦ୍ଧି କରାଯାଇଥିଲା । ଏବେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବର୍ଦ୍ଧିତ ଚାହିଦା ପୂରଣ କରିବା ସହିତ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବା । ଏହି ବୈଠକର ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ବ ବଜାରରେ ଦେଖାଯିବ । ଭାରତରେ ମଧ୍ୟ ତେଲ ଦର ହ୍ରାସ ହୋଇପାରେ । ଭାରତ ଏହାର ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାମୀ କରେ ଏବଂ OPEC+ ଏହାର ଏକ ପ୍ରମୁଖ ଯୋଗାଣକାରୀ । ତେଣୁ କମ୍ପାନୀ ତେଲ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ତେଲ ଉତ୍ପାଦନରେ ହଠାତ ବୃଦ୍ଧି ଯୋଗୁ ମୂଲ୍ୟ ଆହୁରି ହ୍ରାସ ପାଇପାରେ । ଏହା ହେଲେ ଦେଶର ସାଧାରଣ ଲୋକଙ୍କୁ ଲାଭ ମିଳିବ । ଏହା ପରିବହନ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇବ ।
OPEC ଏବଂ OPEC + କ’ଣ?
OPEC ହେଉଛି ପେଟ୍ରୋଲିୟମ ରପ୍ତାନକାରୀ ଦେଶମାନଙ୍କ ସଂଗଠନ । ଏଥିରେ ୧୪ ପେଟ୍ରୋଲିୟମ ରପ୍ତାନକାରୀ ଦେଶ ଅଛନ୍ତି । ଏହା ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏବଂ OPEC+ ହେଉଛି ଏହି ୧୪ ଦେଶ ସହିତ ଅଣ OPEC ଦେଶ ମିଶିବା । ଏହା ୨୦୧୬ରେ ଗଠିତ ହୋଇଥିଲା ।