ଅଲମ୍ପିକ୍ସ ଗେମର ଉଦଘାଟନୀ ଉତ୍ସବ; ସାମିଲ ହୋଇପାରନ୍ତି ହଜାରରୁ କମ୍ ଭିଆଇପି

1 min read

ଟୋକିଓ: ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ ଟୋକିଓ ଅଲମ୍ପିକ୍ସ। ଏହାର ଉଦଘାଟନୀ ସମାରୋହରେ ୧ ହଜାରରୁ କମ୍ ଭିଆଇପି ଏବଂ ବିଦେଶୀ ପ୍ରତିନିଧି ମାନେ ଯୋଗଦେବାର ସମ୍ଭାବନା ରହିଛି। ପୂର୍ବରୁ ୧୦ ହଜାରର ଭିଆଇପିଙ୍କ ଆସିବା ନେଇ ଆକଳନ କରାଯାଇଥିଲା । ହେଲେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସଂଖ୍ୟାରେ ହ୍ରାସ ଘଟିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ‘କ୍ୟୋଡୋ ନ୍ୟୁଜ୍’ ସୂତ୍ରରୁ ପ୍ରକାଶ ଗୁରୁବାର ରିପୋର୍ଟ କରିଛି।

ସୂଚନା ଅନୁଯାୟୀ ଜୁଲାଇ ୨୩ରେ ନ୍ୟାସନାଲ୍ ଷ୍ଟାଡିୟମରେ ଅନୁଷ୍ଠିତ ସମାରୋହରେ ଶାରୀରିକ ଭାବେ କମ୍ ସଂଖ୍ୟକ ବ୍ୟକ୍ତି ସାମିଲ ହେବା ନେଇ ଆୟୋଜକମାନେ ଚେଷ୍ଟା କରୁଛନ୍ତି। ଏପରିକି  ଟୋକିଓ ଅଲମ୍ପିକ ବେଳେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଖେଳ ସରିବା ଯାଏଁ ଜାପାନ ସରକାରଙ୍କ ପକ୍ଷରୁ ଏମର୍ଜେନ୍ସି ଘୋଷଣା କରାଯାଇଛି ।

ଏହି ଉତ୍ସବରେ ଅନ୍ତର୍ଜାତୀୟ ଅତିଥିମାନଙ୍କ ମଧ୍ୟରେ ଆମେରିକାର ଫାଷ୍ଟ୍ ଲେଡି ଜିଲ୍ ବିଡେନ ରହିବେ ବୋଲି ଆଶା କରାଯାଉଛି। ଦୀର୍ଘ ୬ ମାସ ପରେ ଗତ ବୁଧବାର ଦିନ ଟୋକିଓରେ ସର୍ବାଧିକ ୧୧୪୯ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଥିଲା ।

Japan To Declare Covid-19 Emergency For Tokyo As It Mulls Olympics Without Fans

ଏହି ନ୍ୟାସନାଲ୍ ଷ୍ଟାଡିୟମରେ ୬୮,୦୦୦ ଲୋକ ରହିବାର କ୍ଷମତା ଥିବା ବେଳେ ଚଳିତ ଥର ଉଦଘାଟନୀ ଉତ୍ସବ କେବଳ କିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପ୍ରତିନିଧୀ ତଥା ବିଦେଶୀ ପ୍ରମୁଖ ସମେତ ଖେଳର ଅତିଥିମାନଙ୍କ ମଧ୍ୟରେ ସୀମିତ ରହିବ |

ଅଧିକ ପଢନ୍ତୁ- Olympics 2021: କରୋନା ବଦଳାଇଦେଲା ଅଲିମ୍ପିକ୍ସ ପରମ୍ପରା: ନିଜେ ପଦକ ପିନ୍ଧିବେ ବିଜେତା

ଟୋକିଓ, ଚିବା, କାନାଗାୱା ଏବଂ ସାଇଟାମାରେ ଦର୍ଶକଙ୍କ ବିନା ଏହି ଖେଳ ଅନୁଷ୍ଠିତ ହେବ |ତେବେ ନୂଆ ଜରୁରୀକାଳୀନ ସ୍ଥିତି ଭିତରେ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକୁ ଆଲକହଲ୍ ନଦେବାକୁ କୁହାଯାଇଛି।

ଅଧିକ ପଢନ୍ତୁ- ଟୋକିଓ ଅଲମ୍ପିକ ସରିବା ପର୍ଯ୍ୟନ୍ତ କୋଭିଡ୍-୧୯ ଏମର୍ଜେନ୍ସି ଘୋଷଣା କରିବ ଜାପାନ

 

Leave a Reply