spot_img

Latest Posts

ଓମଫେଡ କ୍ଷୀର ପ୍ୟାକେଟ ରଙ୍ଗ ଗେରୁଆ ହୋଇଥିବାବେଳେ , ଓମଫେଡ ମିଠା ଦହିର ପ୍ୟାକେଟ ରଙ୍ଗ ଏବେ ଗେରୁଆ ରୂପ ନେଇଛି

ଓମଫେଡ କ୍ଷୀର ପ୍ୟାକେଟ ରଙ୍ଗ ଗେରୁଆ ହୋଇଥିବାବେଳେ ଓମଫେଡ ମିଠା ଦହିର ପ୍ୟାକେଟ ରଙ୍ଗ ଏବେ ଗେରୁଆ ରୂପ ନେଇଛି । କ୍ଷୀର ପରେ ଦହିର ଗେରୁଆ ରଙ୍ଗକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଖାଦ୍ୟର ମାନ ଠିକ ରହୁ ନ ଥିବା ବେଳେ ଖାଲି ରଙ୍ଗ ବଦଳାଇବା ଓ ଦର ବଢାଇବା କିଭଳି କଥା ବୋଲି ପ୍ରଶ୍ନ ଉଠିଛି । ଏପରିକି ସରକାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି କାମରୁ କ୍ଷାନ୍ତ ରହିବାକୁ ବିଭିନ୍ନ ଗଣ ସଂଗଠନ ଦାବି କରିଛନ୍ତି । ଓମଫେଡ ରାବିଡି ପ୍ୟାକେଟର ମଧ୍ୟ ରଙ୍ଗ ପରିବର୍ତ୍ତନ ହୋଇଛି। ରାଜ୍ୟରେ କ୍ଷୀର, ଦହି କିମ୍ବା ଦୁଗ୍ଧ ଜାତ ସାମଗ୍ରୀ ପାଇଁ ଲୋକେ ଓମଫେଡକୁ ଭରସା କରୁଥିବା ବେଳେ ଏହାର ମାନ ଓ ବ୍ୟାପକ ଭାବେ ଉପଲବ୍ଧତାକୁ ଗୁରୁତ୍ୱ ନ ଦେଇ ରଙ୍ଗ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯିବାକୁ ନେଇ ଖୁବ ସମାଲୋଚନା ହେଉଛି । ଓମଫେଡ କର୍ମଚାରୀଙ୍କ କହିବା କଥା ରଙ୍ଗ ପରିବର୍ତ୍ତନ ହୋଇ ଗେରୁଆ ହେବା ସହ ମାର୍କେଟରେ ବହୁଳ ଉପଲବ୍ଧ କରାଯାଉଛି ।

Latest Posts

Don't Miss