ଭାରତରେ ମାରାତ୍ମକ ଭୂତାଣୁ ଓମିକ୍ରନ, କେନ୍ଦ୍ର ଆଣିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ଜଣେ ନାଗରିକଙ୍କ ପାଇଁ ଏବେ ଚିନ୍ତା ବଢିଛି  । ସାଉଥ ଆଫ୍ରିକାରୁ ମହାରାଷ୍ଟ୍ର ଫେରୁଥିବା ଯାତ୍ରୀଙ୍କ ଠାରୋ କୋଭିଡ଼ ପଜିଟିଭ ଥିବା ନେଇ ଜଣା ପଡ଼ିଛି  । ତେବେ ଉକ୍ତ ଯାତ୍ରୀଙ୍କ ଠାରେ କୋଭିଡ଼ ଚିହ୍ନଟ ପରେ ଆଲର୍ଟ ଜାରି କରାଯାଇଥିଲା  । ଏହା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି  । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା  କୋଭିଡ଼ର ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନଙ୍କୁ ଚିନ୍ତା ଜନକ ଭୂତାଣୁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ।

ସେପଟେ ଏହି ମାରାତ୍ମକ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି  । କରୋନାର ନୂଆ ଭ୍ୟାରିଆଣ୍ଟ ସମଗ୍ର ବିଶ୍ୱରେ ଚିନ୍ତ ଜନକ ପରିସ୍ଥିତ ସୃଷ୍ଟି କରିଛି  । ଓମିକ୍ରନ ପାଇଁ ନୂଆ ଗାଇଡଲାଇନ୍‌ ଜାରି କଲେ କେନ୍ଦ୍ର ସରକାର । ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ଗାଇଡଲାଇନ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନରେ ସଂଶୋଧନ କରାଯାଇଛି । ବିଦେଶ ଫେରନ୍ତାଙ୍କ ବିମାନବନ୍ଦରରେ କରୋନା ପରୀକ୍ଷା ହେବା ନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି  ।

ସୂଚନା ମୁତାବକ ୧୨ଟି ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯିବ । କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ସଂଗରୋଧରେ ରହିବେ । ରିପୋର୍ଟ ନେଗେଟିଭ ଆସିଲେ ବି ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ୭ଦିନ ପରେ ପୁଣି ଥରେ କରୋନା ଟେଷ୍ଟ କରିବାକୁ ହେବ । ଏଥିସହ ୧୪ ଦିନର ଯାତ୍ରା ବିବରଣୀ ଦାଖଲ କରିବାକୁ କେନ୍ଦ୍ର ସରକାର ଗାଇଡଲାଇନ୍‌ରେ ଉଲ୍ଲେଖ କରିଛନ୍ତି । ସେପଟେ ବ୍ରିଟେନ ପରେ ଏବେ ଅଷ୍ଟ୍ରେଲିଆକୁ ମଧ୍ୟ ବ୍ୟାପିଛି ଦକ୍ଷିଣ ଆପ୍ରିକାରେ ସୃଷ୍ଟି ହୋଇଥିବା ଭୂତାଣୁ ଓମିକ୍ରନ ।

 

Leave a Reply