ନନ୍ଦିଘୋଷ ବ୍ୟୁରୋ : ଇରାନ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ଦ୍ଵନ୍ଦ ବଢୁଛି । ପୁରା ଦୁନିଆର ନଜର ଆମେରିକା ଇରାନ ଓ ଇସ୍ରାଏଲ ଉପରେ ରହିଛି। କିନ୍ତୁ ଏପଟେ ଦକ୍ଷିଣ କୋରିଆକୁ ଚିନ୍ତା ଘାରିଛି କାରଣ ଉତ୍ତର କୋରିଆ ରବିବାର କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ରବିବାର ଏପ୍ରିଲ୍ ୧୯ ଦିନ ଉତ୍ତର କୋରିଆ ପୁଣି ଥରେ କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ଏହି ମାସରେ ଉତ୍ତର କୋରିଆ ଦ୍ୱିତୀୟ ଥର ପାଇଁ ଏଭଳି ପରୀକ୍ଷଣ କରିଛି । କିମ୍ ଜୋଙ୍ଗ୍ ଉନ୍ ଏହି ପରୀକ୍ଷଣର ତତ୍ତ୍ୱାବଧାନ କରିଥିଲେ ଏବଂ ତାଙ୍କ ଝିଅ କିମ୍ ଜୁ-ଏ ମଧ୍ୟ ଉପସ୍ଥିତ ଥିଲେ। ଏହା ଅଳ୍ପ ଦୂରତ୍ୱର ବିଶିଷ୍ଟ ବାଲିଷ୍ଟିକ୍ ମିସାଇଲ୍ ଥିଲା ସର୍ଫେସ୍-ଟୁ-ସର୍ଫେସ୍ । ରବିବାର ସକାଳ ପ୍ରାୟ ୬:୧୦ଟା ଦକ୍ଷିଣ କୋରିଆ ସମୟ ଅନୁସାରେ ଉତ୍ତର କୋରିଆ କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଉତ୍ତର କୋରିଆର ସିନଫୋ ଅଞ୍ଚଳରୁ ଜାପାନ୍ ସାଗର ଆଡ଼କୁ ନିକ୍ଷେପ କରାଯାଇଥିଲା ଏହି ମିସାଇଲ୍ । ୫ଟି ମିସାଇଲ୍ ପ୍ରକ୍ଷେପଣ କରାଯାଇଥିଲା। ପ୍ରାୟ ୧୩୬ କିଲୋମିଟର ଦୂରକୁ
ଏକ ଦ୍ୱୀପ ନିକଟରେ ଥିଲା ଲକ୍ଷ୍ୟ କେନ୍ଦ୍ର ,ପ୍ରାୟ ୧୨.୫ ରୁ ୧୩ ହେକ୍ଟର ଜାଗା ଉପରେ ଆକ୍ରମଣ କରାଯାଇଥିଲା। ମିସାଇଲ୍ଗୁଡ଼ିକ ଉଚ୍ଚ କ୍ଷମତା ସହିତ ଲକ୍ଷ୍ୟକୁ ଧ୍ୱଂସ କରିବାର କ୍ଷମତା ପ୍ରଦର୍ଶନ ରଖିଥିଲା ।। ଏହି ଖବର ସୋମବାର ଦିନ ମିଡିଆ ମାଧ୍ୟମରେ ପ୍ରକାଶ ପାଇଛି। ପରୀକ୍ଷଣ ସମୟରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ଝିଅ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କୁ ତାଙ୍କ ପିତାଙ୍କର ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରାଯାଉଛି ବୋଲି ବିଶ୍ୱାସ କରାଯାଉଛି । ଉତ୍ତର କୋରିଆ ତାର ନବୀନତମ ବାଲିଷ୍ଟିକ୍ ମିସାଇଲ୍ ପ୍ରକ୍ଷେପଣରେ କ୍ଲଷ୍ଟର ବମ୍ର ପରୀକ୍ଷଣ କରିଛି। ପ୍ରାୟ ୧୩୬ କିଲୋମିଟର ଦୂରରେ ଥିବା ଏକ ଦ୍ୱୀପ ନିକଟରେ ଥିବା ଲକ୍ଷ୍ୟ କ୍ଷେତ୍ରରେ ୫ଟି ମିସାଇଲ୍ ଆକ୍ରମଣ କରିଥିଲା। ଆକ୍ରମଣ କରି ମିସାଇଲ୍ଗୁଡ଼ିକ ତାଙ୍କ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲା। ପରୀକ୍ଷଣ ସମୟରେ ପ୍ରକାଶିତ ଫଟୋଗୁଡ଼ିକରେ କିମ୍ ଜୋଙ୍ଗ୍ ଉନ୍ ଙ୍କ ଝିଅ ଜୁ-ଏଙ୍କୁ ଦେଖାଯାଇଥିଲେ। କିମ୍ ଜୋଙ୍ଗ୍ ଉନ୍ ପରୀକ୍ଷଣରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି ।ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ଏହି ନୂତନ ମିସାଇଲ୍ ପ୍ରକ୍ଷେପଣର ନିନ୍ଦା କରିଛି ଏବଂ ଏହାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବର ଉଲ୍ଲଙ୍ଘନ ବୋଲି କହିଛି। ସେମାନେ ଉତ୍ତର କୋରିଆକୁ ତୁରନ୍ତ ମିସାଇଲ୍ ପରୀକ୍ଷଣ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ।କ୍ଲଷ୍ଟର ବମ୍ ଅର୍ଥାତ ଡଜନ୍ ରୁ ଶତାଧିକ ଛୋଟ ଛୋଟ ବମ୍ ଫୋପାଡ଼ି ଏକ ବିସ୍ତୃତ ଅଞ୍ଚଳରେ ଏକାଧିକ ଲକ୍ଷ୍ୟକୁ ଟାର୍ଗେଟ କରିବା । ଏହି ବମ ମଧ୍ୟପ୍ରାଚ୍ୟ ସଂଘର୍ଷରେ ଇରାନ୍ ଦ୍ୱାରା ବ୍ୟବହାର କରାଯାଇଛି, ଯାହା ଇସ୍ରାଏଲୀ ବାୟୁ ରକ୍ଷା ପ୍ରଣାଳୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୧୯୪୨-୧୯୪୩ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା। ସୋଭିଏତ୍ ସେନା ଜର୍ମାନ୍ ଟ୍ୟାଙ୍କ୍ ଉପରେ କ୍ଲଷ୍ଟର ବମ୍ ଫୋପାଡ଼ିଥିଲା।୧୯୬୦-୧୯୭୦ ଭିଏତନାମ୍ ଯୁଦ୍ଧରେ ଆମେରିକା ସବୁଠାରୁ ଅଧିକ କ୍ଲଷ୍ଟର ବମ୍ ବ୍ୟବହାର କରିଥିଲା । ୧୯୯୧ ଗଲ୍ଫ୍ ଯୁଦ୍ଧରେ ଆମେରିକା ଏବଂ ସହଯୋଗୀ ଦେଶ ଇରାକ୍ ଉପରେ ଲକ୍ଷାଧିକ କ୍ଲଷ୍ଟର ବମ୍ ବ୍ୟବହାର କରିଥିଲେ। ୧୯୯୯ କୋସୋଭୋ ଯୁଦ୍ଧରେ ନାଟୋ (NATO) ଯୁଗୋସ୍ଲାଭିଆ ଉପରେ ପ୍ରାୟ ୧୭୬୫ଟି କ୍ଲଷ୍ଟର ବମ୍ ଫୋପାଡ଼ିଥିଲା । ୨୦୦୩ ଇରାକ୍ ଯୁଦ୍ଧରେ ଆମେରିକା ଏବଂ ବ୍ରିଟେନ୍ ପ୍ରାୟ ୧୩,୦୦୦ କ୍ଲଷ୍ଟର ମ୍ୟୁନିସନ୍ ବ୍ୟବହାର କରିଥିଲେ । ୨୦୨୨ ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ଏବଂ ୟୁକ୍ରେନ୍ ଉଭୟ କ୍ଲଷ୍ଟର ବମ୍ ବ୍ୟବହାର କରିଥିଲେ । ତେବେ ଉତ୍ତର କୋରିଆର କ୍ଲଷ୍ଟର ବମ୍ର ପରୀକ୍ଷଣ ଏବେ ପଡୋଶୀ ଦକ୍ଷିଣ କୋରିଆ ପାଇଁ କିନ୍ତୁ ସବୁଠୁ ଚିନ୍ତାର କାରଣ ।

