ଏକାସାଙ୍ଗରେ ୬ ଯୁବତୀଙ୍କୁ ପ୍ରେମ କରୁଥିଲା ଯୁବକ, ଶେଷରେ ଏମିତି ହେଲା ଅବସ୍ଥା

ଆଖିରେ ଧୂଳି ଦେଇ ସମସ୍ତଙ୍କ ସାଙ୍ଗରେ ପ୍ରେମର ଅଭିନୟ କରୁଥିଲା ଯୁବକ । ଏକାସାଙ୍ଗେ ୬ ଜଣ ଯୁବତୀଙ୍କୁ ଭଲପାଉଥିଲା । ନିଜେ କରିଥିବା ପ୍ଲାନରେ ନିଜେ ହିଁ ଫସିଥିଲା । ଶେଷରେ ସମସ୍ତ ଯୁବତୀଙ୍କ ଆଗରେ ଧରାପଡ଼ିଲା ।

୧୮ ବର୍ଷୀୟ ବେକାହ, ୧୯ ବର୍ଷୀୟ ଅବି, ୨୧ ବର୍ଷୀୟ ମୋର୍ଗାନ ତିନୋଟି ଝିଅଙ୍କର ପ୍ରେମିକ ଜଣେ ହିଁ ଯୁବକ । ତିନି ଜଣଙ୍କ ମଧ୍ୟରୁ ପ୍ରଥମେ ମାର୍ଗନଙ୍କୁ ଯୁବକ ଉପରେ ସନ୍ଦେହ ଆସିଥିଲା । ତେଣୁ ସେ ନିଜ ପ୍ରେମିକର ସୋସିଆଲ ମିଡିଆ ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲା । ଏଥିରୁ ସେ ପୁଅଟିର ଅନ୍ୟଜଣେ ପ୍ରେମିକା ଅବି ନାମକ ଝିଅ ବିଷୟରେ ଜାଣିବାକୁ ପାଇଥିଲା । ଅବି ସହ କଥା ହେବା ପରେ ବିକାହ ସହ ପରିଚିତ ହୋଇଥିଲା । ସମସ୍ତେ କଥା ହେବା ପରେ ତିନି ଜଣଙ୍କ ପ୍ରେମିକ ଜଣେ ଯୁବକ ବୋଲି ଜାଣିବାକୁ ପାଇଲେ । ତିନି ଜଣ ପରସ୍ପର ସହ ଦେଖା କରିବା ପରେ ପ୍ରେମିକର ଫର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ନିଜ ପ୍ଲାନରେ ନିଜେ ଫସିଥିଲା ଯୁବକ :

ଯୁବକ ଜଣକ ତିନି ଜଣ ଝିଅଙ୍କ ସହ ଅଲଗା ଅଲଗା ରୋଡ ଟ୍ରିପରେ ଯିବାକୁ ଚିନ୍ତା କଲା । ପୂର୍ବରୁ ତିନି ଜଣ ଝିଅ ପରିଚିତ ହେବା କଥା ପୁଅଟିକୁ ଆଦୈା ଜଣାନଥିଲା । ଏହାପରେ ତିନି ଜଣ ପୁଅଟିକୁ ଦେଖା କରିବାକୁ ଡାକିଥିଲେ । ପୁଅଟି ଏକାସାଙ୍ଗେ ତିନି ଜଣ ପ୍ରେମିକାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତିନି ଜଣ ପ୍ରେମିକା ପୁଅଟିର ଫର୍ଦ୍ଦାଫାସ କରିବା ସଙ୍ଗେ ସେହିଠାରେ ହିଁ ସମସ୍ତ ସମ୍ପର୍କ ଭାଙ୍ଗିଦେଇଥିଲେ । ବିବିସି ରିପୋର୍ଟ ଅନୁସାରେ ପୁଅଟିର ମୋଟ ୬ ଜଣ ପ୍ରେମିକା ଥିଲେ । ଏଥିମଧ୍ୟରୁ ତିନି ଜଣ ପ୍ରେମିକା ଯୁବକର ଫର୍ଦ୍ଦାଫାସ କରିଥିଲେ । ଏ ସବୁ ଘଟଣା ସେମାନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି ।

 

 

 

Leave a Reply