ଭଦ୍ରକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ….ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଏହି ସଂକ୍ରମିତ ଜଣକ ଭଦ୍ରକରୁ ବୋଲି ଜଣାପଡିଛି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫଳରେ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ନୂଆ ପଜିଟିଭ୍‌ ଜଣକ ୪୦ ବର୍ଷୀୟ ପୁରୁଷ। ତାଙ୍କର ବେଙ୍ଗଲ୍‌ ଲିଙ୍କ ରହିଥିବା ଜଣାପଡିଛି। ତେବେ ସେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ତଥ୍ୟ ସଂଗ୍ରହ କରାଯାଉଛି।

ଗତ ରାତି ୧୦ ଟାରୁ ଭଦ୍ରକ, ବାଲେଶ୍ୱର, ଯାଜପୁରରେ ୬୦ ଘଣ୍ଟାର ସଟ୍‌ଡାଉନ୍ ଘୋଷଣା ହୋଇଛି‌ । ୨୬ ତାରିଖ ସକାଳ ୧୦ଟା ଯାଏଁ ସଟ୍‌ଡାଉନ କଟକଣା ଜାରି ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସଟ୍‌ଡାଉନ୍‌ ନିୟମ କଡାକଡି ଭାବେ ପାଳନ ହେବା କେହି ବି ଏହି ସମୟରେ ଘରୁ ବାହାରିବେ ନାହିଁ । ଗତ ୩ ଦିନ ଧରି ଏହି ୩ଟି ଜିଲ୍ଲାରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ କୋଲକାତାରୁ ଫେରନ୍ତା ଅଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଟ୍ରେସ କରିଛି ପ୍ରଶାସନ ।

Leave a Reply