ଭଲ ସହ ଖରାପ ଖବର: ସୁସ୍ଥ ହେଉଛନ୍ତି କରୋନା ସଂକ୍ରମିତ, ଆଜି ଆଉ ଜଣେ ଆକ୍ରାନ୍ତ

1 min read

ଭୁବନେଶ୍ୱର: ୩ ଦିନର ବିରତି ବ୍ରେକ୍ କରିଛି କରୋନା । ଲଗାତାର ୩ ଦିନ ଧରି ରାଜ୍ୟରେ କୌଣସି କରୋନା ପଜିଟିଭ୍ କେସ୍ ଆସିନଥିବା ବେଳେ ଆଜି ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ତେବେ, ସଂକ୍ରମିତଙ୍କ ବିଷୟରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହିଁ । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ଶତକଡ଼ା ୦.୭ ପ୍ରତିଶତ ରହିଛି ।ଏଥିସହ ରାଜ୍ୟ ପାଇଁ ଆଜି ଖୁସି ଖବର ଆସିଛି । ଗତକାଲି ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି ।

ଭୁବନେଶ୍ୱରରେ ମୋଟ ୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଖସିଛି । ସେହିଭଳି ରାଜ୍ୟରେ ମୋଟ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ରାଜଧାନୀରେ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ଯାଏଁ ୧୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ୬୧ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଭଲ ହୋଇ ଘରକୁ ଫେରି ସଂଗରୋଧରେ ଅଛନ୍ତି । ସଂକ୍ରମଣ ରୋକିବାକୁ ଆକ୍ରାନ୍ତଙ୍କ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।

 

Leave a Reply