କାର୍ତ୍ତିକେଶ୍ବର ବାଣ ବିସ୍ଫୋରଣରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

କେନ୍ଦ୍ରାପଡା: କାର୍ତ୍ତିକେଶ୍ବର ଭଷାଣ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ଗଲା ଜୀବନ । ଫଳରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏସସିବି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆଙ୍କ ଜୀବନ ଯାଇଥିଲା । ବେଆଇନ ଭାବେ ବାଣ ଫୁଟାଇବା ନେଇ ଉଦୟ ଭୋଇ ନାଁରେ ମାମଲା ରୁଜୁ ହୋଇଥିଲା ।

ଘଟଣାରେ ୩୪ ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବାକି ୩୨ ଜଣଙ୍କ ଚିକିତ୍ସା ଚାଲିଛି । ଗତ ୨୩ ତାରିଖରେ କାର୍ତ୍ତିକେଶ୍ବରଙ୍କ ଭସାଣି ବେଳେ ହାବେଳି ଫୁଟି ବାଣ ବସ୍ତା ଉପରେ ପଡିଥିଲା । କେହି କିଛି ଭାବିବା ପୂର୍ବରୁ ବସ୍ତାରେ ଥିବା ବାଣ ଫୁଟି ଲୋକଙ୍କ ଉପରେ ପଡିଥିଲା । ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରିଛି ।