spot_img

Latest Posts

ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ : ହାଜର ହେବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

ନନ୍ଦିଘୋଷ ବ୍ୟୁରୋ : ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ। ଆଜି ଯୁଗ୍ମ ସଂସଦୀୟ ପାନେଲ ନିକଟରେ ହାଜର ହେବେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ଯୁଗ୍ମ ସଂସଦୀୟ ପାନେଲ ନିକଟରେ ଜଣେ ସିଇସି ହାଜର ହେବା ଘଟଣା ଦେଶରେ ପ୍ରଥମ। ଦେଶରେ ଏସଆଇଆର ଝଡ଼ ଜାରି ରହିଥିବାବେଳେ ସିଇସିଙ୍କଠାରୁ ମତ ଲୋଡିବ ପାନେଲ।

ଏହି ପାନେଲକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଗଠନ କରାଯାଇଥିଲା। ୱାନ ନେସନ ୱାନ ଇଲେକସନ ପ୍ରସ୍ତାବକୁ ନେଇ ଅନେକ ଆଇନଗତ, ସାମ୍ବିଧାନିକ ଓ ରାଜନୈତିକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ବିଭିନ୍ନ ବିଶେଷଜ୍ଞଙ୍କ ସହ ଆଲୋଚନା ଜାରି ରଖିଛି ପାନେଲ। ପାନେଲ ଓ ସିଇସିଙ୍କ ମଧ୍ଯରେ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହି ବୈଠକକୁ ୨୩ତମ ଆଇନ ଆୟୋଗଙ୍କୁ ମଧ୍ୟ ଉପସ୍ଥିତ ରହିବା ଲାଗି କୁହାଯାଇଛି। ବର୍ତ୍ତମାନ ୱାନ ନେସନ ୱାନ ଇଲେକସନ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟିରେ ୩୯ ଜଣ ସଦସ୍ଯ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ଜଣ ଅଛନ୍ତି।

Latest Posts

Don't Miss