ଅକ୍ସିଜେନ ପାଇପ୍‌ ଲିକ୍‌ ହେବା କାରଣରୁ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲ ର ଓପନ ହାର୍ଟ ସର୍ଜରୀ ବନ୍ଦ । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପରୁ ଲିକ୍ ହେବାରୁ  ଆଇସିୟୁ ଓ ଓଟି କାର୍ଯ୍ୟ ବନ୍ଦ ରଖାଯାଇଛି । ଘଟଣା ଘଟିବା ପୂର୍ବରୁ  ଅକ୍ସିଜେନ ପାଇପରୁ ସାମାନ୍ୟ ପରିମାଣରେ ଅକ୍ସିଜେନ ଲିକ ହେଉଥିଲା ।

କିନ୍ତୁ ଏହି ସମୟରେ ଲିକ୍‌ ଥିବା ସତ୍ୱେ ମଧ୍ୟ କାମ ଚାଲୁଥିଲା । ପରେ ଏହା ବୃଦ୍ଧି ପାଇବାରୁ ଆଇସିୟୁ ଓ ଓଟି କାମକୁ ବନ୍ଦ ରଖାଯାଇଛି । ଘଟଣା ପରେ ଅକ୍ସିଜେନ ପ୍ଲାଣ୍ଟ ବନ୍ଦ ରହିଛି ।

ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଗୁରୁତର ରୋଗୀଙ୍କୁ ତଳ ମହଲାକୁ ସିଫ୍ଟ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି ।

Leave a Reply