ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟ : ଯୁଦ୍ଧଭୂମିରୁ ଫେରିଲେ ୯ ଓଡ଼ିଆ

ଭୁବନେଶ୍ୱର : ଯୁଦ୍ଧଭୂମିରେ ଜୀବନ ବିଜୟ କଲେ ଓଡ଼ିଆ । ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ । ଦିଲ୍ଲୀରେ ବଖାଣିଛନ୍ତି ଲୋମଟାଙ୍କୁରା ଅନୁଭୂତି । ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବାଜିଥିଲା ସାଇରନ । ସାଇରନ ଶୁଣିବା ପରେ ସେଲଟରରେ ରହିଥିଲେ ଭାରତୀୟ । ମାତ୍ର ଆଣ୍ଟି ମିସାଇଲ ସିଷ୍ଟମ ଯୋଗୁ ଜୀବନ ଥିଲା ନିରାପଦ । ସେମାନଙ୍କୁ ଇସ୍ରାଏଲରେ ସମସ୍ତ ସୁବିଧା ଦେଇ ରଖାଯାଇଥିଲା । ଇସ୍ରାଏଲ ସୀମାରେ ଖରାପ ସ୍ଥିତି ଥିଲା । ଆର୍ମି ଓ ସରକାରଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିଲା । ଆଣ୍ଟି ମିସାଇଲ ସିଷ୍ଟମ ଥିବାରୁ ଆମେ ସେଠାରେ ନିରାପଦରେ ଥିଲୁ । ସେଠାରେ ଗୋଟିଏ ଗୋଟିଏ ବିଲିଡିଂରେ ଗୋଟିଏ ସେଫ ହାଉସ ଥିଲା । ପ୍ରଥମ ଥର ଲାଗି ସାଇରନ ଶୁଣିବା ପରେ ଆତଙ୍କିତ ଥିଲୁ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା ।