ଅପରେସନ ସିନ୍ଦୂର: ପାକିସ୍ତାନଠୁ ଅଧିକ ଚିନ୍ତିତ ଚୀନ, ଭାରତ ବିରୋଧରେ ରଚିଲା ୪ଟି ଷଡଯନ୍ତ୍ର
1 min read
ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ନରସଂହାର ପରେ ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର । ୪ ଦିନରେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହୋଇଗଲା ପାକିସ୍ତାନ । ଭାରତର ଟୁ ଦି ପଏଣ୍ଟ ଆଟାକରେ ଭୁଶୁଡ଼ି ପଡ଼ିଲା ପାକିସ୍ତାନର ସୁରକ୍ଷା କବଜ । ଆଉ ଏହି ସୁରକ୍ଷା କବଜ ପାକିସ୍ତାନକୁ ଯୋଗାଇ ଥିଲା ଚୀନ । ଅର୍ଥାତ ଭାରତର ଆକ୍ରମଣ ଓ ବ୍ରହ୍ମୋସ ଆଟାକର ସାମାନ୍ୟତମ ଟେର ଲଗାଇ ପାରି ନଥିଲା ଚୀନର ଏୟାର ଡିଫେନ୍ସ ସିଷ୍ଟମ୍ । ଏମିତି ସ୍ଥିତିରେ ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ଯେତିକି ଚିନ୍ତିତ ନୁହେଁ, ତା’ଠୁ ଅଧିକ ଟେନସନ ଚୀନର ବଢ଼ି ଯାଇଛି । ଆଉ ଏମିତି ସ୍ଥିତିରେ ପୁଣି ଥରେ ପାକିସ୍ତାନକୁ ବଳ ଦେବାକୁ ଚାଲ ଚଲାଇବା ଆରମ୍ଭ କରି ଦେଇଛି ବେଞ୍ଜିଂ । କାରଣ ଚୀନ ଜାଣିଛି, ଯଦି ପାକିସ୍ତାନ ଶକ୍ତିହୀନ ହୋଇଯିବ ତେବେ ଭାରତ ଆଗରେ ଚୀନ ବି ଦୃର୍ବଳ ହୋଇଯିବ । ଏଥିପାଇଁ ଭାରତ ଅପରେସନ ସିନ୍ଦୂର ସ୍ଥଗିତ ରଖିବା ପରେ ଚୀନ ପାକିସ୍ତାନ ଓ ତାଲିବାନ ବିଦେଶ ମନ୍ତ୍ରୀଙ୍କୁ ବେଞ୍ଜିଂ ଡକାଇଛି । ଏହାସହ ଭାରତକୁ ଦୁର୍ବଳ କରିବାକୁ ୪ଟି ଷଡଯନ୍ତ୍ର ରଚିଛି । ଆସନ୍ତୁ ଜାଣିବା ଚୀନ ଭାରତ ବିରୋଧରେ କି ଷଡଯନ୍ତ୍ର କରୁଛି…
୧. ବେଞ୍ଜିଂରେ ଚୀନ ଏକ ବଡ଼ ବୈଠକ କରୁଛି । ଏଥିରେ ଆଫଗାନିସ୍ତାନ ଓ ପାକିସ୍ତାନକୁ ଏକାଠି ବସାଇବ । ଉଦ୍ଦେଶ୍ୟ ହେଲା ପାକିସ୍ତାନ ଓ ତାଲିବାନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ।
୨. ଭାରତର ଓ୍ବାଟର ଷ୍ଟ୍ରାଇକରୁ ପାକିସ୍ତାନକୁ ବଞ୍ଚାଇବାକୁ ଲାଗି ପଡ଼ିଛି ଚୀନ ପାକିସ୍ତାନର ଖୈବରଫକ୍ତୁନରେ ଜୀନ ନିର୍ମାଣ କରୁଥିବା ମହମ୍ମଦ ଡ୍ୟାମକୁ ଶୀଘ୍ର ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ଡ୍ୟାମ ନିର୍ମାଣ ହୋଇଗଲେ, ପାକିସ୍ତାନ ବିଦ୍ୟୁତ ଉତ୍ପାଦନ କରିବା ସହ ପେଶାଓ୍ବର ସହରକୁ ଜଳଯୋଗାଣ ହୋଇପାରିବ ।
୩. ଭାରତ ବିରୋଧରେ ଚୀନର ତୃତୀୟ ଚାଲ ହେଲା ପାକିସ୍ତାନକୁ J-35A ଶୀଘ୍ର ଦେବା । J-35A ଚୀନର ଷ୍ଟେଲ୍ଥ ଫାଇଟର ଜେଟ୍ । ଅପରେସନ ସିନ୍ଦୂରରେ ପାକିସ୍ତାନ ସେନା ଯେମିତି ମାଟି କାମୁଡ଼ିଲା ତାହା ଚୀନକୁ ବିଚଳିତ କରି ଦେଇଛି । ଏବେ ଚୀନ ଚାହୁଁଛି ପାକିସ୍ତାନକୁ ତା’ର ସବୁଠାରୁ ଶକ୍ତିଶାଳୀ ବିମାନ ଶୀଘ୍ର ଦେବାକୁ ।
୪. ଭାରତକୁ ଚାରିପଟୁ ଘେରିବାକୁ ଚୀନ ଯୋଜନା କରୁଛି । ଏହି କ୍ରମରେ ବାଂଲାଦୋରେ ଏୟାରଫିଲ୍ଡ ନିର୍ମାଣ କରୁଛି । ପାକିସ୍ତାନ ପରି ମହୋହମ୍ମଦ ୟୁନୁସ ମଧ୍ୟ ଚୀନ ଇସାରାରେ ନାଚୁଛନ୍ତି । ଭାରତ ସୀମା ନକଟ ଲାଲମୋନିହରାଟ ଏୟାରବେସକୁ ବିକଶିତ କରୁଛି । ଯାହା ଚିକନ ନେକର ବହୁତ ପାଖରେ ରହିଛି ।