ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି । ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଶଂସା । ସେନାକୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁଙ୍କ ବିରୋଧରେ ସୌର୍ଯ୍ୟ ଦେଖାଇଲେ ଭାରତୀୟ ସେନା । କହିଲେ, ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି । ଜୟ ହିନ୍ଦ ଜୟ ହିନ୍ଦ୍ ।
ପାକିସ୍ତାନ ଓ ପିଓକେରେ ଆତଙ୍କୀ ଶିବିର ଧ୍ଵଂସ ହୋଇଛି ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।