ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ବିଧାନସଭା ଅଧିବେଶନ ବେଳେ ଗୃହ ବାହରେ ବିରୋଧୀ ଆପ ବିଧାୟକଙ୍କ ନାରାବାଜି। ଗୃହ ବାହାର କରିଛନ୍ତି ପ୍ରତୀକାତ୍ମକ କୋକେଇ ଶୋଭାଯାତ୍ରା। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି। ଗୃହରେ ସରକାରଙ୍କୁ ଟାର୍ଗେଟ କରିବାରୁ ବିରୋଧୀ ଆପ୍ ବିଧାୟକଙ୍କୁ ସସପେଣ୍ଡ କରିବା ପ୍ରତିବାଦରେ ତାତିଛନ୍ତି ଆପ୍ ବିଧାୟକ। ଆପ୍ ବିଧାୟକଙ୍କୁ ସସପେଣ୍ଡ କରାଯିବା ସହ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ ଅଧିକାର ନଦେବାରୁ ବିଧାୟକମାନେ କରିଛନ୍ତି ପ୍ରତିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତ୍ରୀ ଆତିଶୀଙ୍କ ନେତୃତ୍ବରେ ଆପ୍ ବିଧାୟକମାନେ କୋକେଇ ଧରି ପ୍ରତିବାଦ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।

