ତେଲକୋଇରେ ଖାଲି ହୋଇଗଲା ବିରୋଧୀ ଶିବିର

ତେଲକୋଇ : ଅନ୍ୟପଟେ ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ତେଲକୋଇ ନିର୍ବାଚନ ମଣ୍ଡଳୀର କୈଳାସ ଚନ୍ଦ୍ର ନାୟକ ଓ ତାଙ୍କ ସମର୍ଥକ । ସେମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କୈଳାସ ପୂର୍ବରୁ ତେଲକୋଇରୁ ବିଜେପି ପ୍ରାର୍ଥୀ ଥିଲେ । ଏମାନଙ୍କ ଯୋଗଦାନ ଫଳରେ ବିଜେଡି ଏହି ଅଞ୍ଚଳରେ ସବୁ ସିଟରେ ଜିତିବା ନେଇ ଆଶା ଦୃଢ ହୋଇଛି ବୋଲି କହିଛନ୍ତି ସସ୍ମିତ । ଦଳ ଆହୁରି ସଶକ୍ତ ହେବା ସହ ଉଭୟ ବିଧାନସଭା ଓ ଲୋକସଭା ଜିତିବାର ଆଶା ବଢିଛି । ସେମାନଙ୍କ ସମ୍ମାନ ପାଇଁ ଦଳ ଯତ୍ନବାନ ରହିବ । କୈଳାସଙ୍କ ସହ ଯୁଆଙ୍ଗ ସମ୍ପ୍ରଦାୟ ଓ ଆଦିବାସୀ ନେତାଙ୍କ ସମର୍ଥନ ରହିଛି । ନିର୍ବାଚନରେ ଷଷ୍ଠ ଥର ଲାଗି ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଶପଥ ନେଇଛୁ ବୋଲି କହିଛନ୍ତି କୈଳାସ ନାୟକ । ବିଜେପି ବାୟୋଡାଟା ମାଗିଲା । ହେଲେ ଟିକେଟ ଦେବେନି ବୋଲି ଜାଣିଥିଲେ । ଆଦିବାସୀ ଲୁହ ବିଜେପି ଉପରେ ପଡିବ ଓ ସେମାନେ ହାରିବେ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ବିଜେଡିରେ ମିଶିବା ସହ ସବୁ କାର୍ଯ୍ୟକ୍ରମ କରିବି ବୋଲି ଏହି ଅବସରରେ କହିଛନ୍ତି କୈଳାସ ।