spot_img

Latest Posts

ଆଜି ମଧ୍ୟ ଗୃହରେ ହଙ୍ଗାମା ହୋଇପାରେ ; ବିଜେଡି ଉଠାଇବ ଚାଷୀ ପ୍ରସଙ୍ଗ

ଭୁବନେଶ୍ବର : ଆଜି ହେଉଛି ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଗୃହ ଆରମ୍ଭ ଦିନରୁ ଲାଗି ରହିଛି ଅଚଳାବସ୍ଥା। ଚାଲି ପାରୁନି ପ୍ରଶ୍ନ କି ଶୂନ୍ୟକାଳ। ଗୋଟେ ବି ମୁଲତବୀ ପ୍ରସ୍ତାବ ଉପରେ ହୋଇନାହିଁ ଆଲୋଚନା । ଆଜି ବି ଗୃହରେ ଦେଖିବାକୁ ମିଳିପାରେ ସେମିତି ପରିସ୍ଥିତି। ବିଜେଡି ଚାଷୀ ପ୍ରସଙ୍ଗ ଉଠାଇବାର ସମ୍ଭାବନା ଅଛି। ସେହିପରି କଂଗ୍ରେସ ଉଠାଇପାରେ ଏପଷ୍ଟିନ ଫାଇଲ କଥା।

ସେପଟେ ପଂଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ସରକାରୀ ଉଦୋଗ୍ୟ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଭଳି ବିଭାଗର ରହିଛି ପ୍ରଶ୍ନ। ଶୂନ୍ୟକାଳ ଅପେକ୍ଷାରେ ବିଧାୟକ । ଅପରାହ୍ନରେ କମିଟି ରିପୋର୍ଟ, ରିପୋର୍ଟ ଓ କାଗଜ ହେବ ଉପସ୍ଥାପନ। ବଜେଟ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିବୃତି ରଖିବାର ଅଛି।

Latest Posts

Don't Miss