ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ନିଲମ୍ବିତ ତିର୍ତ୍ତୋଲ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କୁ ବିରୋଧ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ରମାକାନ୍ତଙ୍କୁ ଘୋର ବିରୋଧ କରାଯାଇଛି l କଟକ ପାରାଦୀପ୍ ରାସ୍ତାର ସାରଳା ରୋଡ ଠାରେ ରମାକାନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ଦଳ ବିରୋଧରେ ଜାଇ ଦଳ ପାଈଁ ଆତ୍ମଘାତୀ କାମ କରିଥିବାରୁ ତିର୍ତ୍ତୋଲବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି l ଏହାସହ ତାଙ୍କୁ ନିର୍ବାଚନ ମଣ୍ଡଳୀ ପୁରେଇ ଦିଆ ଯିବନାହିଁ ଉତ୍ତ୍ଯକ୍ତ ଲୋକେ କହିଛନ୍ତି l ଏହାସହ ଦଳ ତାଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିଛନ୍ତି ତିର୍ତ୍ତୋଲବାସୀ।

