ତ୍ବରିତ ବିକାଶ ବଦଳାଇଲା ବିରୋଧୀଙ୍କ ମନ, 5T ସଚିବଙ୍କ ଜିଲ୍ଲାଗସ୍ତକୁ ସ୍ବାଗତ

1 min read

ଭୁବନେଶ୍ୱର: ବିକାଶ ବଦଳାଇଲା ବିରୋଧୀଙ୍କ ମନ । ଆଉ ବିରୋଧ ନୁହେଁ, ହେବ ସ୍ବାଗତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ  ଲୋକଙ୍କ କାମ କରୁଛନ୍ତି । ଗ୍ରାଉଣ୍ଡକୁ ଯାଇ ଅନ୍ ଦ୍ ସ୍ପଷ୍ଟ ନିଷ୍ପତ୍ତି ନେଉଛନ୍ତି  । ଅଞ୍ଚଳର କାମ ହେଉଛି, ଲୋକ ସ୍ବାଗତ  କରୁଛନ୍ତି ।  କାହିଁକି ବିଜେପି ଏଥିରେ କେଁ ପୁରାଉଛି ତାକୁ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ  । ବିକାଶ ଓ ଲୋକଙ୍କ କାମକୁ ବିଜେପି ସହିପାରୁନଥିବାରୁ  5T ସଚିବଙ୍କ ଗସ୍ତକୁ ଦଳର ନେତାମାନେ ବିରୋଧ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଚିବ ଜିଲ୍ଲାଗସ୍ତ କରିବାରେ କୌଣସି ଅସୁବିଧା ନାହିଁ ବୋଲି ସୁରେଶ ରାଉତରାୟ ଯୁକ୍ତି ବାଢିଛନ୍ତି । କଂଗ୍ରେସ ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଚିବମାନେ ଜିଲ୍ଲାଗସ୍ତ କରି ବିଭିନ୍ନ କାମର ସମୀକ୍ଷା କରୁଥିଲେ । ଅନ୍ୟପଟେ ବରିଷ୍ଠ ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ 5T  ସଚିବଙ୍କ କାମକୁ ନେଇ ଲୋକେ ଖୁସି ଅଛନ୍ତି ବୋଲି କହିଛନ୍ତି ।  ବିକାଶକୁ ବିଜେପି ସହିପାରୁନଥିବାରୁ  ହୀନ ରାଜନୈତିକ ବୟାନବାଜି କରୁଛି । ଆଗାମୀ ଦିନରେ ଲୋକେ ଜବାବ ଦେବେ ବୋଲି ଅମର ଶତପଥୀ କହିଛନ୍ତି  ।

5T ସଚିବଙ୍କ ଗସ୍ତକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ କାମ କରୁଛନ୍ତି । 5T ସଚିବ ବିଭିନ୍ନ ଜିଲ୍ଲାଗସ୍ତ କରି ଲୋକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି । ଲୋକଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇ ତା’ର ସମାଧାନ କରୁଛନ୍ତି । ଯାହା ତାଙ୍କର କର୍ତ୍ତବ୍ୟ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି । 5T ସଚିବ ତାଙ୍କ ଦାୟିତ୍ବ ଏବଂ କର୍ତ୍ତବ୍ୟ ସଠିକ୍ ଭାବେ ତୁଲାଉଥିବା ବେଳେ ବିଜେପି ଏହାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟ ବୋଲି ଶାସକ ଦଳ ଯୁକ୍ତି ବାଢିଛି ।

ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପ୍ରକ୍ରିୟା କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ସବୁ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । 5T ରୂପାନ୍ତକରଣ ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛି । ଯାହା ରାଜ୍ୟ ବିରୋଧୀ ଶିବିରରେ ଭେଳିକି ପକାଇଛି । ସିଏମଓ ଲୋକଙ୍କ ନିକଟତର ହେବାର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଚିନ୍ତାରେ ପଡ଼ି ବିରୋଧି ଏବେ ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି ।