ପାକିସ୍ତାନକୁ ମୁହଁତୋଡ ଜବାବ: ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି
1 min read
ନନ୍ଦିଘୋଷ ବ୍ୟୁରୋ: ନିଜ ବିନାଶକୁ ନିଜେ ଡାକିଲା ପାକିସ୍ତାନ। ପାକିସ୍ତାନ ଆରମ୍ଭ କରିଥିବା ଆକ୍ରମଣର ପ୍ରତି ଜବାବ ଦେଉଛି ଭାରତ । ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି। ଗୋଟିଏ ପରେ ଗୋଟିଏ ସହର ହେଉଛି ଧ୍ୱଂସ। ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି ।
ସେହିପରି ମଇଦାନକୁ ଓହ୍ଲାଇଛି ଭାରତୀୟ ନୌସେନା । ଗୋଟିଏ ପରେ ଗୋଟିଏ ପାକିସ୍ତାନ ବନ୍ଦର ନଷ୍ଟ କରୁଛି ଭାରତୀୟ ନୌସେନା । ପାକିସ୍ତାନ ଆଡକୁ ମୁହାଁଇଲା INS ବିକ୍ରାନ୍ତ । ପୂର୍ବରୁ ଆରବ ସାଗରରେ ଡେରା ପକାଇଥିଲା INS ବିକ୍ରାନ୍ତ । ମୁହଁତୋଡ ଜବାବ ଦବ ଭାରତ ।
ଅନ୍ୟପଟେ ପାକିସ୍ତାନରେ ଜାଗୁଆର ବିମାନ ଜରିଆରେ ହମଲା । କରାଚି ବନ୍ଦର ଉପରେ ହମଲା କଲା ଜାଗୁଆର । ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କଲା ଭାରତ । ପାକିସ୍ତାନର ବିଭିନ୍ନ ସହରରେ ପୁଣି ପ୍ରଚଣ୍ଡ ହମଲା କଲା ଭାରତ । ଲାହୋର, ଇସଲାମାବାଦରେ ପ୍ରଚଣ୍ଡ ଆଟାକ୍ ।