spot_img

Latest Posts

ଜେଲରେ ଏକାଠି ହେଉଛନ୍ତି ଅପରାଧୀ, ତିଆରି ହେଉଛି ଅପରାଧର ନୀଳ ନକ୍ସା

ଜେଲରେ ଏକାଠି ହେଉଛନ୍ତି ଅପରାଧୀ, ତିଆରି ହେଉଛି ଅପରାଧର ନୀଳ ନକ୍ସା

ନନ୍ଦିଘୋଷ ବ୍ୟୁରୋ: ସହରରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ । ଏକାଠି ହୋଇ ଘଟାଉଛନ୍ତି ସଂଗଠିତ ଅପରାଧ । ଜେଲରେ ଏକାଠି ହେଉଛନ୍ତି, ଅପରାଧ ଘଟାଇବା ପାଇଁ ତିଆରି କରୁଛନ୍ତି ନୀଳ ନକ୍ସା । ଜେଲ ପରେଡ଼ ହେଉ ନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଅପରାଧୀ । ସେପଟେ ଡକାୟତି ଉଦ୍ୟମ ବେଳେ ଗିରଫ ହେଲେ ୬ ହାର୍ଡକୋର ।

ସଂଗଠିତ ଅପରାଧ ଏବେ ବଢ଼ାଇଛି ମୁଣ୍ଡବିନ୍ଧା । ଏକାଠି ହେବା ମାତ୍ରେ ତିଆରି କରୁଛନ୍ତି କ୍ରାଇମର ବ୍ଲୁ ପ୍ରିଣ୍ଟ  । ହାତରେ ବନ୍ଧୁକ ଖଣ୍ଡା ଧରି ବନୁଛନ୍ତି ଡନ୍ । ଏୟାରଫିଲଡ ଅଞ୍ଚଳରୁ ଠାବ ହେଲା ଡକାୟତ ଗ୍ୟାଙ୍ଗ । ସୁନ୍ଦରପଦା ଆର୍ଯ୍ୟନ ନଗରଠାରେ ଡକାୟତି ପାଇଁ ଚାଲିଥିଲା ଯୋଜନା । ହାତରେ ଥିଲା କଟୁରୀ, ଚାପଡ଼, ଛୁରୀ ।  ପାଖରେ ଥିଲା ମଦ ବୋତଲ ଓ ଚିଲି ପାଉଡର । ଖବର ପାଇ ଅତର୍କିତ ଚଢ଼ାଉ କରିବା ପରେ ୬ ଜଣଙ୍କୁ କାବୁ କରିଥିଲା ଏୟାରଫିଲଡ଼ ଥାନା ପୋଲିସ । ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ମାମଲା । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବଡ଼ ଧରଣର ଲୁଟ ପାଇଁ ପ୍ଲାନ ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଏକାଧିକ ସଂଗଠିତ ଅପରାଧ ଏବେ କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟଲେଞ୍ଜ । କିଛିଦିନ ପୂର୍ବେ ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ ୮ ଅଞ୍ଚଳରେ ଘଟିଥିଲା ବିଭତ୍ସ ହତ୍ୟା । ସାମିଲ ଥିଲେ ୭ରୁ ୮ ଯୁବକ । ଠିକ ସେହିଭଳି ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଶାଳାକୁ କେନ୍ଦ୍ର କରି ହଣାକଟା ଘଟଣାରେ ମଧ୍ୟ ସାମିଲ ଥିଲେ ପାଖାପାଖି ୧୦ ଯୁବକ । ସେହି ଘଟଣାକୁ କେନ୍ଦ୍ର କରି ପରେ ପୁରୁଣା ବିଏମସି ଅଫିସ ସମ୍ମୁଖରେ ହୋଇଥିଲା ବୋମାମାଡ଼ । ଏସବୁ ଘଟଣାରେ ଛୋଟ ଛୋଟ ଗ୍ରୁପ ଏକାଠି ହୋଇ ଭାଇଗିରି ଦେଖାଇବା ପାଇଁ ଅପରାଧର ନକ୍ସା ତିଆରି କରୁଛନ୍ତି । ଯାହାକୁ ରୋକିବା ଦିଗରେ କମିଶନରେଟ ପୋଲିସ କାମ କରୁଥିବା କହିଛନ୍ତି ଡିସିପି ।

କେତେବେଳେ ଦାଦାବଟି ତ ଆଉ କେତବେଳେ ପତିଆରା ଜାହିର ପାଇଁ ବଢୁଛି କ୍ରାଇମ । ନିକଟ ଅତୀତରେ ଘଟିଥିବା ଏଭଳି କିଛି ଘଟଣା ଏବେ ପୋଲିସ ପାଇଁ ସତର୍କ ଘଣ୍ଟି ଭାବେ ଉଭା ହୋଇଛି ।

Latest Posts

Don't Miss