ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

1 min read

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ପରୀକ୍ଷା। ଏହି ପରୀକ୍ଷା ଠିକ ଭାବେ କରିବାକୁ ସବୁ ଆୟୋଜନ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ତେବେ ଶିକ୍ଷକମାନେ ସେପ୍ଟେମ୍ବର ୨୭କୁ ନେଇ ଆପତ୍ତି ଉଠାଇଥିଲେ। କାରଣ ସେଦିନ କାର୍ଯ୍ୟ ଦିବସ ରହିଛି। ପରୀକ୍ଷା ଦେବେ ନା ସ୍କୁଲକୁ ଯିବେ ଏନେଇ ଶିକ୍ଷକମାନଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିନି। ସେପଟେ OTET ତାରିଖ ପରିବର୍ତ୍ତନ ନହେବା ନେଇ ଗଣଶିକ୍ଷା ମନ୍ତ୍ରୀ କହିବା ପରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ଯ୍ୟ ଦିବସରେ କେମିତି ଶିକ୍ଷକ ପରୀକ୍ଷା ଦେବାକୁ ଯିବେ ବୋଲି କହିଛି ଶିକ୍ଷକ ସଂଘ। କାର୍ଯ୍ୟ ଦିବସରରେ ପରୀକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି। ସେପ୍ଟେମ୍ବର 22 ରୁ 27 ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା କରିବାକୁ ସରକାର କ୍ୟାଲେଣ୍ଡର ଜାରି କରିଛନ୍ତି। 75 ହଜାର ଶିକ୍ଷକ ସ୍ୱତନ୍ତ୍ର OTET ଦେଉଥିବାରୁ ବିଦ୍ୟାଳୟ କେମିତି ଚାଲିବ ଓ 27 ତାରିଖରେ କେମିତି ପିଲାମାନଙ୍କ ପରୀକ୍ଷା ପରିଚାଳନା କରିବେ ଏହାକୁ ନେଇ ଚିନ୍ତା। କମ ଶିକ୍ଷକ ଥିବା ସ୍କୁଲର ଶିକ୍ଷକ ଯଦି OTET ଦେବାକୁ ଯିବେ ତାହେଲେ ସେପ୍ଟେମ୍ବର 27ରେ ସ୍କୁଲ ଖାଲି ପଡ଼ିଯିବ। କଣ ଭାବିକି 28 ପରିବର୍ତ୍ତେ 27ରେ ପରୀକ୍ଷା କଲେ ସରକାର