ଓଟିପି ସେୟାରିଂରେ ତଥ୍ୟ ଲିକ୍ ଘଟଣା, ଆଜି ସରିବ ଅଭିଯୁକ୍ତର ରିମାଣ୍ଡ ଅବଧି

ଭୁବନେଶ୍ୱର: ଓଟିପି ସେୟାରିଂରେ ତଥ୍ୟ ଲିକ୍ ଘଟଣା । ଆଜି ସରିବ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେର ରିମାଣ୍ଡ ଅବଧି । ଅପରାହ୍ମରେ ତାକୁ କୋର୍ଟ ଚାଲାଣ କରାଯିବ । ତେବେ ଅଭିଯୁକ୍ତଠୁ ଆଉ କିଛି ସତ ଆଦାୟ କରିବାକୁ ପୁଣି ରିମାଣ୍ଡ ଆବେଦନ କରିପାରେ ଏସଟିଏଫ । ଆତଙ୍କୀ ଲିଙ୍କରେ ଅଭିଜିତର ମୋବାଇଲର ସିଡିଆର ମାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ କେତେ ଥର ବିଦେଶ ଓ କେଉଁଠିକି ଯାଇଥିଲା, ତାହା ଜାଣିବା ଲାଗି ପାସପୋର୍ଟ ଯାଞ୍ଚ କରିଛି ଏସଟିଏଫ୍ । ଅଭିଜିତର ପରିବାର ଓ ବାନ୍ଧବୀ ବାବଦରେ ତଥ୍ୟ ନେଇଛି ଏନଆଇଏ ଟିମ୍ । ଅଭିଜିତ ଟଙ୍କା ପଠାଇଥିବା ଏଜେଣ୍ଟଙ୍କ ଆକାଉଣ୍ଟ ଫ୍ରିଜ୍ କରିବ ଏସଟିଏଫ୍ ।

ଅନ୍ୟପକ୍ଷରେ ଆଜି ବି ଏନଆଇଏ ଅଭଜିତକୁ ଜେରା କରିପାରେ । ଗତକାଲି ଏନଆଇଏ, ଏସଟିଏଫ୍ ଓ ଆଇବି ମିଳିତ ଭାବେ ଜେରା କରିଥିଲେ । ଅଭିଜିତର ହନିଟ୍ରାପ ଲିଙ୍କର ଖୋଳତାଡ କରିଛି ଏନଆଇଏ । ପିଆଇଓ ନୁର ଫତିମା ସହିତ ସମ୍ପର୍କ କିଭଳି ସେନେଇ ଜେରା ହୋଇଛି । ସେହିପରି ନୁର ଫତିମା କେତେ ଜଣକୁ ହନିଟ୍ରାପରେ ଫସେଇଛି ସେନେଇ ପଚାରଉଚରା ହୋଇଛି । ଟେରର ଫଣ୍ଡିଂ ଓ ସିକ୍ରେଟ ତଥ୍ୟ ନେଇ ତଥ୍ୟ ମିଳିଥିବା ସୂଚନା ମିଳିଛି ।