ଚତୁର୍ଥ ଦିନରେ ପୁଣି ସାରୁଅରେ ହେଲା ଜମି ମାପ ଚୁପ, ସାମିଲ ହେଲେନି ବେଗୁନିଆ ତହସିଲଦାର

ଭୁବନେଶ୍ୱର: ଓଟିଭି ଜମି କେଳେଙ୍କାରୀ ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚତୁର୍ଥ ଦିନ ଲାଗି ଜମି ମାପ ଚୁପ କରିବାକୁ ସାରୁଅରେ ପହଞ୍ଚିଛି  । ଗ୍ରାଉଣ୍ଡ ଜିରୋରରେ ପହଞ୍ଚି ଜମି ମାପ ଚୁପ କରୁଛି ପ୍ରଶାସନ । ଏଥିରେ ବେଗୁନିଆ ତହସିଲଦାରଙ୍କୁ ସାମିଲ କରାଯାଇନାହିଁ । ଅନ୍ୟ ତହସିଲଦାର, ଆରଆଇ ଓ ଅମିନ ପହଞ୍ଚି ମାପଚୁପ କରୁଛନ୍ତି  ।

ଏକ ୭ ଜଣିଆ ଟିମ ସାରୁଅରେ ପହଞ୍ଚି ଜମି ମାପଚୁପ କରିଛନ୍ତି  । ବେଗୁନିଆ ତହସିଲଦାରଙ୍କ ବିରୋଧରେ ଜମି ମାପ ଚୁପରେ ପକ୍ଷପାତିତା ଅଭିଯୋଗ ପରେ ତାଙ୍କର ବଦଳି ପାଇଁ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଚିଠି ଲେଖିଛନ୍ତି  । ତିନିଦିନ ତଳେ ଏଭଳି କିଛି ଅଭିଯୋଗ କରିଥିଲେ ସେହି ଗାଁର ଜଳଧର ମହାଭୋଇ ଓ ଅନ୍ୟମାନେ  ।

ଏହାପରେ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରି ଅଭିଯୋଗରେ ସତ୍ୟତା ଥିବା ଜାଣିପାରିଥିଲେ । ଏହାପରେ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ବେଗୁନିଆ ତହସିଲଦାରଙ୍କ ବଦଳି ପାଇଁ ଚିଠି ଲେଖିଛନ୍ତି । ଗତ ଏକ ତାରିଖରେ ପ୍ରଶାସନ ସାରୁଅରେ ଓଟିଭିର ତରଙ୍ଗ ଅଫିସକୁ ଯାଇଥିବା ଗୋଚର ରାସ୍ତା ଚିହ୍ନଟ କରି ନାଲି ପତାକା ମାରି ଫେରିଥିଲା  ।

Leave a Reply