spot_img

Latest Posts

ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି; ନିୟନ୍ତ୍ରଣକୁ ଆସିପାରିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ: ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଘଟଣା। ଏବେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରି ନାହିଁ। ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେତେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟ ଜନସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକ୍ରମିତ ଗାଁ କୁ ଯାଇ ସ୍ଥିତି ପରଖିଥିଲେ। ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ଵାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ନୂଆଗାଁ, ଜାଗୁଳାଇପଦର ଗାଁର ସ୍ଥିତି ଦେଖିବା ପରେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ଅବସ୍ଥା ବୁଝିଥିଲେ।

ଗତକାଲି ଜାଗୁଳାଇପଦର, ନୂଆଗାଁ, ନଇକୂଳପାଟଣା, ନୂଆ ଦୋକନ୍ଦା, ପାଇକମରା, ଗୋପୀନାଥପୁର, ୬ଟି ଗାଁ ର ୧୨ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ଜଳ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ନ କଲେ ସରକାରୀ ଅଧିକାରୀଙ୍କୁ ଅଟକ ରଖିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Latest Posts

Don't Miss