ଡରାଉଛି କରୋନାର ଦ୍ୱିତୀୟ ଲହରୀ, ପୁଣି ଫେରିଲା କଟକଣା

1 min read
Outsider Who Coming Ganjam Must Carry Covid-19 Negative Certificate

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରବାସୀଙ୍କୁ ଆସିବାକୁ ବାରଣ କରାଯାଇଛି । ଯଦି କେହି ଆସନ୍ତି ତାଙ୍କୁ ସାଙ୍ଗରେ କୋଭିଡ୍ ନେଗେଟିଭ ରିପୋର୍ଟ ଆଣିବାକୁ ଜିଲ୍ଲା ପ୍ରଶାସନ ବାଧ୍ୟ କରିଛି ।

Outsider Who Coming Ganjam Must Carry Covid-19 Negative Certificate

ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଲୋକେ ସଚେତନ ହେଉନାହାନ୍ତି । ଫଳରେ ବାଧ୍ୟ ହୋଇ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଦଣ୍ଡଯାତ୍ରା, ଠାକୁରାଣୀ ଯାତ୍ରା କିମ୍ବା ଚୈତ୍ର ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କୁ ନ ଆସିବା ଲାଗି ପ୍ରଶାସନ ଅନୁରୋଧ କରିଛି । ଏନେଇ ଜିଲ୍ଲାର ସମସ୍ତ ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩ ଜଣ କୋଭିଡ୍ ସଂକ୍ରମି ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୧୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଜିଲ୍ଲାରେ ଏଯାବତ୍ ୨୧ ହଜାର ୯୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୬୮୦ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ୨୪୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply