spot_img

Latest Posts

ଭାରତ ସୀମା ଭିତରକୁ ପଶିଲେ ଚୀନ୍ ସେନା, ଭାଙ୍ଗିଲେ ପୋଲ

ସୀମା ବିବାଦକୁ ନେଇ ଚୀନ୍ ବାରମ୍ବାର ହୀନ ଚକ୍ରାନ୍ତ କରିବାରେ ଲାଗିଛି । ଗୋଟିଏ ପଟେ କହୁଛି ଆଲୋଚନାରେ ସବୁ ସମସ୍ୟାର ସମାଧାନ କରାଯିବ । ହେଲେ ଅପରପକ୍ଷେ ସୀମା ଅନୁପ୍ରବେଶ କରିବାକୁ ପଛାଉନାହିଁ। ଏଭଳି ଏକ ଘଟଣା ପୁଣି ନଜରକୁ ଆସିଛି ଉତ୍ତରାଖଣ୍ଡର ବାରାହୋତି ସେକ୍ଟର ନିକଟ ସୀମାରେ।
ଯେଉଁଠି ଗତ ମାସରେ ଚୀନର ସୈନ୍ୟବାହିନୀ LAC ଅତିକ୍ରମ କରିଥିଲା ବେଳେ ଘଟଣା ଏବେ ଲୋକଲୋଚନକୁ ଆସିଛି। ଏକ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୩୦ ତାରିଖରେ ଚୀନ୍ ସେନା LAC ଅତିକ୍ରମ କରିବା ସହ ସେଠାରେ ୩ ଘଣ୍ଟା ରହିବା ପରେ ଫେରିଆସିଥିଲେ। ତେବେ ଏନେଇ ଭାରତୀୟ ସେନା ପକ୍ଷରୁ ଆଧିକାରିକ ଭାବେ କୗେଣସି ସୂଚନା ଦିଆଯାଇନାହିଁ ।
Indian Army Deployed Tunnel Defense In Ladakh As Preemptive Measure To Chinese PLA
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ସେନା ଘୋଡାରେ ଆସି ସୀମାରେ ଅନୁପ୍ରବେଶ କରିବା ସହ ଭଙ୍ଗାରୁଜା କରିଥିଲେ । ଆଉ ଯିବା ବେଳେ ଗୋଟିଏ ପୋଲକୁ ମଧ୍ୟ ଭାଙ୍ଗିଦେଇଥିଲେ । ୧୯୬୨ ମସିହା ଯୁଦ୍ଧ ପୂର୍ବରୁ ଏହି ସ୍ଥାନରେ ଚୀନ୍ ଅନୁପ୍ରବେଶ କରିଥିଲା । ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ LACକୁ ନେଇ ଅନେକ ସମୟରେ ଭାରତ ଓ ଚୀନ୍ ମଧ୍ୟରେ ମତଭେଦ ହୋଇଥାଏ । କିନ୍ତୁ ଏଥର ବହୁ ସଂଖ୍ୟାରେ ଚୀନ୍ ସେନା ଆସିଥିଲେ ।
ଖାଲି ଏତିକି ନୁହେଁ  ଚୀନ ପକ୍ଷରୁ ପୂର୍ବ ଲଦାଖରେ (LAC) ନିକଟରେ ପ୍ରାୟ ୮ଟି ସ୍ଥାନରେ ଅସ୍ଥାୟୀ ଟେଣ୍ଟ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେସନ୍ ଆର୍ମି ଉତ୍ତରପଟେ କାରାକୋରମ ନିକଟ ୱାହାବ୍ ଜିଲ୍ଗା ଠାରୁ ପିୟୁ, ହଟ୍ ସ୍ପ୍ରିଙ୍ଗସ୍, ଚାଙ୍ଗ୍ ଲା, ତାସିଗୋଙ୍ଗ, ମଞ୍ଜା ଏବଂ ଚରୁପ ପର୍ଯ୍ୟନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିଛି। ଏଠାରେ ପ୍ରତ୍ୟେକ ସ୍ଥାନରେ ସାତଟି କ୍ଲଷ୍ଟରରେ ୮୦ରୁ ୮୪ ପର୍ଯ୍ୟନ୍ତ କଣ୍ଟେନର୍ସ ତିଆରି କରାଯାଇଛି |
 

Latest Posts

Don't Miss