ଋଷ୍‌ର ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ  ଭୟାବହ ଅଗ୍ନିକାଣ୍ଡ, ୧୬ ମୃତ

1 min read

ମସ୍କୋ: ରୁଷରେ ଥିବା ଏକ ଗନ୍‌ ପାଉଡର ଫ୍ୟାକ୍ଟ୍ରିରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ଯୋଗୁଁ ଘଟଣା ସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ।  ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ମସ୍କୋ ଠାରୁ ୨୭୦ କିଲୋମିଟର ଦୂରରେ ଥିବା ରାୟଜନ ପ୍ରଦେଶର ଇଲାଷ୍ଟିକ ଫ୍ୟାକ୍ଟ୍ରିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଯଦିଓ ପ୍ରଥମେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ନିଖୋଜ ଥିଲେ ବୋଲି ରିପୋର୍ଟ ଆସିଥିଲା, ତଥାପି ଏହାର କିଛି ସମୟ ପରେ ସମସ୍ତଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଫ୍ୟାକ୍ଟ୍ରିରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିରେ ୧୭୦ ଜଣ ଜରୁରୀ କାଳୀନ କର୍ମଚାରୀ ନିୟୋଜିତ ଥିବାବେଳେ ଓ ୫୦ଟି ଗାଡ଼ି ନିୟୋଜିତ ହୋଇଛି ।

 

ସୂଚନା ମୁତାବକ, ଗନ ପାଉଡର ଉତ୍ପାଦନ ବେଳେ କୌଣସି ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ବିସ୍ଫୋରଣର ବାସ୍ତବ କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଅନ୍ୟପଟେ ଭୟାବହ ଅଗ୍ନିକାଣ୍ଡରେ ଫାକ୍ଟ୍ରି ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ସୁରକ୍ଷା ଏବଂ ତଦନ୍ତକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଏଠାକୁ ନିଷେଧ କରାଯାଇଛି ।

Leave a Reply