ଓଲଟିଲା ଅଟୋ, ଜଣେ ମୃତ, ୧୬  ଆହତ

କୋରାପୁଟ: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଓଲଟିଲା ଅଟୋ, ଜଣେ ମୃତ, ୧୬  ଆହତ। କୋରାପୁଟ ଦଶମନ୍ତପୁର ବ୍ଲକ ମୁନ୍ଦାର ଗାଁରେ କଲଭର୍ଟ ତଳକୁ ଓଲଟି ପଡିଲା ଅଟୋ। ଚାଳକ ସହ ୧୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଲେ ଦାଶି ମୁଦୁଲି। ଆହତଙ୍କ ମଧ୍ୟରେ ରହିଛନ୍ତି ବହୁ ସ୍କୁଲ ଛାତ୍ରୀ। । ଆହତଙ୍କୁ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଛି। ସମସ୍ତେ ପିଣ୍ଡା ପଦର ପଞ୍ଚାୟତ ବରଗଛ ଗାଁର ବୋଲି ଜଣାପଡିଛି। ଦୋଳ ପୂର୍ଣ୍ଣିମା ନାଚ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଦଶମନ୍ତପୁର ଠାରୁ ନିଜ ଗାଁ ଅଭିମୁଖେ ଅଟୋ ସାହାଯ୍ୟରେ ଫେରୁଥିଲେ ୧୬ ଜଣ । ପୋଲିସ ଘଟଣାର ତଦନ୍ତ କରୁଥିବା ଏଏସଆଇ ଲକ୍ଷ୍ମୀ କାନ୍ଥ ପଣ୍ଡା କହିଛନ୍ତି।