କାମରେ ଖିଲାପ ହେଲେ ପିଠିରେ ବସୁଛି ମାଲିକଙ୍କର ଗୋଇଠା ବିଧା

ଅନୁଗୁଳ: ହଜିଗଲା ମାନବିକତା । ଅନୁଗୁଳରେ ମାଲିକ ଓ ଚାକର ସମ୍ପର୍କର ଏକ ଅନ୍ଧାରୀ ଚେହେରା ସାମ୍ନାକୁ ଆସିଛି । ସାମାନ୍ୟ କାମରେ ଖିଲାପ କରିବାରୁ ଆଖି ପିଛୁଳାକେ ପିଠିରେ ବସୁଛି ଗୋଇଠା ବିଧା । ଗାଲରେ ଚାପୁଡ଼ା ବି କିଛି କମ ପଡୁନି । ଭୂଇଁରେ ଗଡ଼େଇ ତଡ଼େଇ ମାଡ଼ ମାରୁଛି ମାଲିକ । ମାଲିକର ନିର୍ଦ୍ଧୁମ ମାଡ଼ରୁ ବର୍ତ୍ତିବାକୁ କେତେବେଳେ ପ୍ଲାଷ୍ଟିକ ଷ୍ଟୁଲର ସାହାରା ନେଉଛି ତ କେତେବେଳେ ଗାମୁଛାରେ ମୁହଁକୁ ଘୋଡେଇବାକୁ ଚେଷ୍ଟା କରୁଛି । ତଥାପି ମାଲିକ ମହାଶୟ ମାନବିକତାର ସବୁ ସୀମା ସରହଦ ପାର କରି ପିଟିବାରେ ବ୍ୟସ୍ତ ।

ମଝିରେ ଜଣେ ମହିଳା ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ଅଟକୁ ନାହାନ୍ତି । ଶେଷରେ ମାଡ଼ ଖାଉଥିବା ବ୍ୟକ୍ତି ଜଣଙ୍କ ଖସି ପଳାଇବାକୁ ଚେଷ୍ଟା କଲା ବେଳେ ମାଡ ମାରିବାରେ ମନ ପୂରିନଥିବାରୁ ଗୋଡ଼େଇ ଗୋଡ଼େଇ ବାଡ଼େଇବା ସହ ପୁଣି ଭିଡ଼ି ଆଣି ତଳେ ପକାଇ ବାଡ଼ଉଛନ୍ତି  । ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର । ଶ୍ରମିକ ଜଣଙ୍କ ହାତ ଯୋଡ଼ି ନେହୁରା ହେଲେ ମଧ୍ୟ ମାଲିକ ଜଣଙ୍କ ଗୋଇଠା ପରେ ଗୋଇଠା ପକେଇ ଚାଲିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ଛେଣ୍ଡିପଦାର ବୁଲା ବାରିକ ନାମକ ଜଣେ ବ୍ୟକ୍ତି ବାବୁଲା ପ୍ରଧାନ ନାମକ ଜଣେ ବ୍ୟକ୍ତି ଘର କାମରେ ନିଯୁକ୍ତ ଥିଲେ । ତେବେ ଏହି କାମ କରିବାର ତ୍ରୁଟି ଯୋଗୁଁ ବୁଲା ବାରିକ ଖପା ହୋଇ ବାବୁଲାଙ୍କ ଉପରେ ଗୋଇଠା ପ୍ରହାର କରିଥିଲେ । ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ  ।

Leave a Reply