ଆରମ୍ଭ ହେଲା ଅକ୍ସିଜେନ୍ ବ୍ୟାଙ୍କ ସେବା, ଫୋନ୍ କଲରେ ଘରେ ମିଳିବ ଅକ୍ସିଜେନ୍

Oxygen Home Delivery Started In Bolangir For Covid Home Isolation Patient

ବଲାଙ୍ଗିର: ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ୍ ସଂକ୍ରମିତଙ୍କୁ ଘରେ ମିଳିବ ଅକ୍ସିଜେନ୍ । ବଲାଙ୍ଗିରରେ ଆରମ୍ଭ ହୋଇଛି ଏଭଳି ସେବା । ବଲାଙ୍ଗିରର ବିଙ୍ଗ୍ ହ୍ୟୁମନ୍ ଫାଉଣ୍ଡେସନ ଓ ମୁମ୍ବାଇର ଜୁହାର ପରିବାର ମିଳିତ ସହଯୋଗରେ ଅକ୍ସିଜେନ୍ ବ୍ୟାଙ୍କ ସେବା ଆରମ୍ଭ ହୋଇଛି । ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ସଂକ୍ରମିତଙ୍କୁ ଆବଶ୍ୟକ ବେଳେ ଅକ୍ସିଜେନ୍ ମିଳିବ ।

ଶ୍ରମିକ ମଙ୍ଗଳ ଭବନ ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହାକୁ ଉଦଘାଟନ କରିଛନ୍ତି । ମହାମାରୀ କରୋନା ସଂକ୍ରମଣ ସମୟରେ ଅକ୍ସିଜେନ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏଭଳି ସମୟରେ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନର ଏଭଳି ମହତ ପ୍ରୟାସକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ଅକ୍ସିଜେନ୍ ଲାଗି ତିନୋଟି ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବରରେ ଯୋଗାଯୋଗ କଲେ ତୁରନ୍ତ ଅକ୍ସିଜେନ୍ ଘରେ ପହଞ୍ଚାଇ ଦିଆଯିବ ବୋଲି ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ସୂଚନା ଦେଇଛନ୍ତି ।

ଏହାସହ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ୍ ଭଳି ଆଉ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏଭଳି ମହତ କାମରେ ଆଗେଇ ଆସିବାକୁ ଜିଲ୍ଲାପାଳ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି । ଉଦଘାଟନୀ ଉତ୍ସବରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତା ସହ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।

Leave a Reply